ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ଚାଲିଗଲା ୩୦ ଜୀବନ

0

ପାକିସ୍ତାନ ପେଶାୱରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ମସଜିଦ୍‌ରେ ନମାଜ ପାଠ ସମୟରେ ଏହି ଭୟଙ୍କର ବିସ୍ପୋରଣ ହୋଇଛି । ଏଥିରେ ୩୦ ଜଣ ଆଖିବୁଜିଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ମାନେ ଏହି ବିସ୍ଫୋରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ପ୍ରଥମେ ମସଜିଦରେ ନମାଜ ପାଠ ସମୟରେ ପୁଲିସ ଉପରକୁ ଗୁଳିଚାଳନା ହୋଇଥିଲା । ଏହା ପରେ ମସଜିଦରେ ଜଣେ ବ୍ୟକ୍ତି ଭିଡ ଭିତରେ ନିଜ ବ୍ୟକ୍ତି ନିଜକୁ ଉଡାଇଦେଇଛନ୍ତି । ବିସ୍ଫୋରଣ ଖବର ପହଞ୍ଚିବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଁଞ୍ଚି ଉଦ୍ଧାର କାମ ତ୍ୱରାନିତ କରିଥିଲେ । ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ଅନୁମାନ କରାଯାଉଥିବା ବେଳେ ଏଯାଏ କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି। ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ କରୁଛନ୍ତି । ୧୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.