ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଜେଲେନସ୍କିଙ୍କୁ ସପ୍ତାହକ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ

0

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ । ତାହା ପୁଣି ସପ୍ତାହକ ମଧ୍ୟରେ ତିନି ଥର । ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଭୟଙ୍କର
ଷଡଯନ୍ତ୍ର କରୁଛି ଋଷ । ଜେଲେନସ୍କିଙ୍କୁ ହତ୍ୟା କରି ୟୁକ୍ରେନକୁ ଦଖଲ କରିବାକୁ ଚାହୁଁଛି ଋଷ । ଟାଇମ୍ସ ଅଫ ଲଣ୍ଡନରେ ଏକ ରିପୋର୍ଟରେ ଜେଲେନସ୍କିଙ୍କୁ ହତ୍ୟା ଉଦ୍ୟମ କଥା ପ୍ରକାଶ ପାଇଛି । ଜେଲେନସ୍କିଙ୍କୁ ହତ୍ୟା ପାଇଁ ଋଷ ୪୦୦ ଜଣ ଆତଙ୍କବାଦୀଙ୍କୁ ୟୁକ୍ରେନ ପଠାଇଥିବା ଅଭିଯୋଗ ହୋଇଛି । ଫେବୃଆରୀ ୨୪ରେ ୟୁକ୍ରେନରେ ମିଲିଟାରୀ ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହା ପରଠୁ ନବମ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି ।ୠଷ ସେନା ମାନେ ଖାରକିଭ,ଖେରସନ, କିଭ ଅଂଚଳରେ ଜୋରଦାର ଆକ୍ରମଣ କରୁଛନ୍ତି । କିନ୍ତୁ ଏଯାଏଁ କିଭ୍‌କୁ ଦଖଲ କରିପାରିନି ଋଷ ।

ଟାଇମ୍ସ ଅଫ ଲଣ୍ଡନର ରିପୋର୍ଟ ଅନୁଯାୟୀ, ଜେଲେନସ୍କିଙ୍କୁ ତିନି ଥର ହୋଇଥିବା ହତ୍ୟା ଉଦ୍ୟମରେ ଦୁଇଟି ଭିନ୍ନ ଭିନ୍ନ ଗୋଷ୍ଠୀ ସାମିଲ ଅଛନ୍ତି । ଏହି ଗୋଷ୍ଠୀଙ୍କୁ ଏହି କାମ ପାଇଁ କିଣାଯାଇଥିବା ଜଣାପଡିଛି । ଏହି ଗୋଷ୍ଠୀ ୟୁକ୍ରେନର ୨୪ ଅଧିକାରୀଙ୍କ ହତ୍ୟା ପାଇଁ ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ଯାହା ଦ୍ୱାରା ୟୁକ୍ରେନ ସରକାର ଭାଙ୍ଗିଯିବ ଏବଂ ଶାସନ କ୍ଷମତା ତାଙ୍କ ହାତକୁ ଚାଲିଆସିବ । ତେବେ ୩ ଥର ହତ୍ୟା ପାଇଁ ଉଦ୍ୟମ କରିଥିଲେ ବି ହତ୍ୟା ଉଦ୍ୟମ ବିଫଳ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ଋଷର କିଛି ଅଧିକାରୀ ଯୁଦ୍ଧ ବିରୋଧରେ ରହିଛନ୍ତି । ସେମାନେ ଋଷ ସରକାର ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ଆଦୌ ସମର୍ଥନ କରୁନାହାନ୍ତି । ଜେଲେନସ୍କି ହତ୍ୟା ଉଦ୍ୟମ ସଂପର୍କରେ ସୂଚନା କିଭ୍‌କୁ ଋଷରୁ ହିଁ ଆସିଥିବା ଜଣାପଡିଛି । ୟୁକ୍ରେନ ରାଷ୍ଟ୍ରପତି ମଧ୍ୟ ଋଷକୁ କଡା ଜବାବ ଦେଉଛନ୍ତି । ଦେଶ ଛାଡି ନଯାଇ ସେଠାରେ ରହି ଋଷ ସେନା ସହ ଲଢୁଛନ୍ତି ।

Leave A Reply

Your email address will not be published.