ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବିଜେଡି ଦଖଲରେ ଧାମନଗର

0

ବିଜେଡି ଦଖଲକୁ ଗଲା ଧାମନଗର ଏନଏସି । ବିଜେଡିର ବିଜୟ ବାନା ଉଡିଛି । ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ହୋଇଥିବା ବେଳେ ୨ଟି ବିଜେପି ଖାତାକୁ ଯାଇଛି । ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ସେଠାରେ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କ ଠାରୁ ହଜାରେରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ନିବେଦିତା ।

୧ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଉତ୍ତମ ମହାନ୍ତି ବିଜୟୀ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଜାନକୀ ଲତା ସେଠୀ ବିଜୟୀ ହୋଇଛନ୍ତି । ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଉମେତୁଲା ଆମିନ ବିଜୟୀ ହୋଇଥିବା ବେଳେ ୪ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସେକ ଜଇନୁଲ ହକ ବିଜୟୀ ହୋଇଛନ୍ତି ।

ସେହିପରି ୫ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁ ମୁଣ୍ଡା, ୬ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଓସିମ୍‌ ଏଜଦ୍ଦାନୀ କାଦ୍ରୀ, ୭ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ସ୍ୱାଧୀନ ସମ୍ବିତ ଦାସ, ୮ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ରହିମା ଖାତୁନ, ୯ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ନଜମା ଖାତୁନ, ୧୦ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁସୟା ମଲ୍ଲିକ,୧୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସୁବାସିନୀ କର ବିଜୟୀ ହୋଇଛନ୍ତି ।

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିର ଏହି ୬ଟି ବୁଥରେ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ଗତକାଲି ଏଠାରେ ସାନି ମତଦାନ ପରେ ଆଜି ଭୋଟ ଗଣତି କରାଯାଇ ଫଳାଫଳ ଆସିଛି ।

Leave A Reply

Your email address will not be published.