ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର

0

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର । ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ହୋଇଥିଲେ । ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ସେ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ସେ କହିଛନ୍ତି, ଯେଉଁ ଦାୟିତ୍ୱ ତାଙ୍କୁ ଦିଆଯାଇଛି ତାକୁ ସେ ସୂଚାରୁ ରୂପେ ତୁଲାଇବେ । ସମସ୍ତଙ୍କୁ ନେଇ କାମ କରିବେ ।

ଏହା ସହ ଏତେ ବଡ଼ ଦାୟିତ୍ୱ ତାଙ୍କୁ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭୁବନେଶ୍ୱରର ଡ୍ରେନେଜ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି ମଞ୍ଜୁଲତା । ତେବେ ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ସେ ଡେପୁଟି ମେୟର ହେବା ସୁନିଶ୍ଚିତ ଥିଲା । ସେପଟେ ସୁଲୋଚନା ଦାସ ଆଜି ମେୟର ଭାବେ ଶପଥ ନେଇଛନ୍ତି ।

Leave A Reply

Your email address will not be published.