ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ରେଳ ଧାରଣାରେ ପ୍ରେମୀ ଯୁଗଳଙ୍କ ମୃତଦେହ

0

ସମ୍ବଲପୁର: ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ। ସମ୍ବଲପୁର ବୁର୍ଲା କଟାପାଲି ନିକଟସ୍ଥ ରେଳବାଇ ଓଭରବ୍ରିଜ ତଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ପଡିଥିବା ଆଜି ଦେଖିବାକୁ ମିଳିଥିଲା। ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ରେମୀ ଯୁଗଳଙ୍କ ମୃତଦେହର ପରିଚୟ ମିଳିପାରିନାହିଁ।ତେବେ ମୃତଦେହ ନିକଟରେ ଗୋଟିଏ ହେଲମେଟ ଓ ବାଇକ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଜିଆରପି ତଦନ୍ତ ଆରମ୍ଭ କରିଛି।

ଆଜି ସକାଳୁ ସ୍ଥାନୀୟ ଲୋକମାନେ ରେଳଧାରଣା କଡରେ ଦୁଇ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହା ପରେ ଜିଆରପି ପୁଲିସକୁ ଖବର ପଠାଇଥିଲେ। ତେବେ ଉଭୟ ପ୍ରେମୀ ଯୁଗଳ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କିଏ ଓ କାହିିଁକି ଆତ୍ମହତ୍ୟା କଲେ ଜଣାପଡିନାହିଁ।

Leave A Reply

Your email address will not be published.