ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଅଟୋକୁ ଧକ୍କା ଦେଲା ହାଇୱା, ୩ ମୃତ

0

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ଆଜି ଅପରାହ୍ଣ ରେ ଏହି ଦୁର୍ଘଟଣା ଘଟିଛି। ସାତକୋଶିଆରୁ ୪ ଜଣ ଯାତ୍ରୀଙ୍କୁ ନେଇ ଜାବିନିପୁର ଆସୁଥିବା ଏହି ଅଟୋକୁ ହାଇୱାଟି ଧକ୍କା ଦେଇଥିଲା। ହାଇୱାଟି ଓସ୍ତପୁରାରୁ ଚିପ୍ସ ବୋଝେଇ କରି ସାତକୋଶିଆ ଯାଉଥିଲା। ଅଟୋକୁ ଧକ୍କା ଦେବା ପରେ ହାଇୱାଟି ମଧ୍ୟ ଓଲଟି ପଡ଼ିଥିଲା

ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ଯାକ ମୃତକ ଜାବିନିପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଆହତ ମହିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଟୋ ଡ୍ରାଇଭର ସୁସ୍ଥ ଅଛନ୍ତି। ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏହାର ହେଲପରକୁ ଧରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.