ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ରାଜଦ୍ରୋହ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ। ଆଉ ବ୍ୟବହାର ହୋଇପାରିବନି ଏହି ଆଇନ। ବର୍ତ୍ତମାନ ସମୟରେ ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚ ରାଜଦ୍ରୋହ ଆଇନର ଶୁଣାଣି କରୁଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ବିଚାରପତି ଏନଭି ରମଣ, ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲୀ । ଏହି ଆଇନର ପୁନର୍ବିଚାର ଓ ପୁନଃ ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ରାଜଦ୍ରୋହ ଆଇନର ଧାରା ୧୨୪ ଏର ବୈଧତା ଉପରେ ପୁନର୍ବାର ବିଚାର କରାଯିବ । ତେଣୁ ଏହାର ବୈଧତା ପର୍ୟ୍ୟନ୍ତ ଏହି ମାମଲାର ଶୁଣାଣି ନ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ସରକାର ଦେଶଦ୍ରୋହ ଆଇନ ପୁନର୍ବିଚାର ପ୍ରକ୍ରିୟା କରୁଛନ୍ତି ବୋଲି ମଙ୍ଗଳବାର ଦିନ ତୁଷାର ମେହେଟା ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ। ମେହେଟା ଯୁକ୍ତି ବାଢ଼ିଥିଲେ, ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ସାମ୍ବିଧାନିକ ଅଦାଲତ ତଦନ୍ତ ଉପରେ ରହିତାଦେଶ ଜାରି କରିବା ଅନୁଚିତ। ନ୍ୟାୟିକ କର୍ତ୍ତୃପକ୍ଷଙ୍କର ଜଣେ ଦାୟିତ୍ବସମ୍ପନ୍ନ ବରିଷ୍ଠ ଅଧିକାରୀଙ୍କଦ୍ବାରା ମାମଲାର ଯାଞ୍ଚ କରାଯାଉ। ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଉଲ୍ଲେଖ କରି ପଡ଼ିରହିଥିବା ମାମଲାଗୁଡ଼ିକ ବିଷୟରେ କହିବାକୁ ଯାଇ ସେ କହିଲେ, ଏହା ହେଉଛି ଗୋଟାଏ ଧର୍ତ୍ତବ୍ୟ ଅପରାଧ। ପଡ଼ିରହିଥିବା ପ୍ରତି ଅପରାଧର ଗୁରୁତ୍ବ ବିଷୟରେ ଆମେ ଜାଣିନାହୁଁ। ଆତଙ୍କବାଦ, କଳାଟଙ୍କା ଧଳା କରିବା ଅଥବା ଅନ୍ୟ କୌଣସି ଅପରାଧ ଥାଇ ପାରେ।

ଉଲ୍ଲେଖଯୋଗ୍ୟ, ଦେଶଦ୍ରୋହ ଆଇନର ବୈଧ୍ୟତାକୁ ଚାଲେଞ୍ଜ୍‌ କରି ଆଗତ ଏକ ପିଟିସନ୍‌ର ସୁପ୍ରିମ୍‌ ଶୁଣାଣି କରୁଛନ୍ତି। କେତେକ ସରକାର ଏହି ଆଇର ଅପବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରୁଛନ୍ତି ବୋଲ କୁହାଯାଉଛି। ସେଥିପାଇଁ ଏହି ଆଇନକୁ ସର୍ବସାଧାଣରେ ବିଶ୍ଳେଷଣ କରାଯାଉଛି।ସେପଟେ କିନ୍ତୁ ଆବେଦନକର୍ତ୍ତାଙ୍କ ପକ୍ଷରୁ ଯୁକ୍ତି ବାଢ଼ି ଆଡଭୋକେଟ କପିଲ ସିବଲ କୋର୍ଟଙ୍କୁ ଦେଶଦ୍ରୋହ ଆଇନ ଉପରେ ତୁରନ୍ତ ରୋକ୍‌ ଲଗାଇବା ଆବଶ୍ୟକ ବୋଲି ଦାବି କରିଛନ୍ତି।

Leave A Reply

Your email address will not be published.