ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଦୁବାଇ ଏୟାର ସୋରେ ତେଜସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ

0

ଦୁବାଇ: ଦୁବାଇ ଏୟାର ଶୋ’ ବେଳେ ଘଟିଛି ଏକ ବଡ଼ ଅଘଟଣ। ଏୟାର ଶୋ’ରେ ଭାଗ ନେଇଥିବା ଭାରତୀୟ ବାୟୁସେନାର ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ ହଠାତ ଭୂମିରେ ଧକ୍କା ଖାଇଥିଲା ଏବଂ ତା’ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ଆଖି ପିଛୁଳାକେ ସବୁ ଜଳି ପାଉଁଶ ହୋଇଯାଇଛି। ପୂରା ଅଞ୍ଚଳର କଳା ଧୂଆଁରେ ଭରି ଯାଇଥିବା ବେଳେ ଏମର୍ଜେନ୍ସି ସାଇରନ ଶୁଣିବାକୁ ମିଳିଥିଲା।

ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା୧୦ ରେ ଘଟିଥିଲା, ଯେତେବେଳେ ହଜାର ହଜାର ଦର୍ଶକ ବିମାନର ଷ୍ଟଣ୍ଟ ଦେଖୁଥିଲେ। ଦୁବାଇର ଲ ମାକଟୋମ ଅନ୍ତର୍ଜାତୀୟ ଏୟାରପୋର୍ଟରେ ମଝି ଆକାଶରେ ମୋଡ଼ ନେବା ସମୟରେ, ପାଇଲଟ ହଠାତ ତେଜସ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଖୁବ ଜୋରରେ ଭୂମିରେ ଆଘାତ ପାଇଲା। ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଏମର୍ଜେନ୍ସି ଲାଗୁ କରାଯାଇଛି।

Leave A Reply

Your email address will not be published.