ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

‘ଅସାନି’ ପ୍ରଭାବ; ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଥିବା ‘ଅସାନି’ ଏବେ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ମଛଲିପଟନମର ଦକ୍ଷିଣ-ଦକ୍ଷିଣ ପୂର୍ବ ସମୁଦ୍ରରେ ୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେବା ସହିତ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗ ରେ ୫୪୦ କିମି ଦୂରରେ ଓ ପୁରୀର ଦକ୍ଷିଣ-ପଶ୍ଚିମଦିଗରେ ୬୬୦ କିଲୋମିଟର ଦୂରରେ ରହିଛି। ଏହା ବେଶ୍ କିଛି ସମୟ ପାଇଁ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ରପ୍ରଦେଶର ନିକଟବର୍ତ୍ତୀ ହେବ। ପରେ ବାତ୍ୟା ପୁଣି ଥରେ ସାମାନ୍ୟ ଦିଗ ପରିବର୍ତ୍ତନ କରିବା ସହିତ ଉତ୍ତର- ଉତ୍ତର ପୂର୍ବଦିଗରେ ମଛଲିପଟନମ୍, କାକିନାଡା ଉପକୂଳରେ ପହଞ୍ଚିବ। ସେଠାରୁ ମୁହଁ ମୋଡ଼ି ଉତ୍ତର ପୂର୍ବ ଦିଗକୁ ଅର୍ଥାତ୍ ବଙ୍ଗୋପସାଗର ମୁହାଁ ହେବ। ଆସନ୍ତକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇସାରିଥିବ ବୋଲି ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ରେ ଗତ ରାତିରୁ ବର୍ଷା ଲାଗି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଗଞ୍ଜାମ , ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ପୁରୀ , ଜଗତସିଂପୁର, କଟକ , ନୟାଗଡ଼ ଜିଲ୍ଲା ରେ ମଧ୍ୟମ ରୁ ପ୍ରବଳ ବର୍ଷା (୭-୧୧ ସେମି)🌧️ ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୧-୨୦ସେମି)🌧️🌧️ ବର୍ଷା ସମ୍ଭାବନା ରହିଥିବା ସାର୍ଥକ ମିଶ୍ର ଆକଳନ କରିଛନ୍ତି।
ସେହିପରି ୧୨ ତାରିଖ ଅପରାହ୍ନରୁ ୧୩ ଅପରାହ୍ନ ଯାଏଁ ପୁରୀ , ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଉପକୂଳ ଓଡ଼ିଶାରେ ପବନର ବେଗ ୪୦କିମି ଯାଏଁ ରହିବ ଏବଂ ସମୁଦ୍ର ଅଶାନ୍ତ ରହିବ।

Leave A Reply

Your email address will not be published.