ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ସୁବ୍ରତଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ କୋର୍ଟ

0

ପାଟଣା: ସୁବ୍ରତ ରାୟଙ୍କୁ କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ୍ କରାଯାଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଆସୁଥିଲେ ସାହାରା ଗ୍ରୁପର ଚେୟାରମ୍ୟାନ୍ ସୁବ୍ରତ ରାୟ । ଫଳରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ସତ୍ତ୍ବେ ଶୁକ୍ରବାର କୋର୍ଟରେ ହାଜର ହୋଇନଥିଲେ ସୁବ୍ରତ । ଫଳରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି ।

ସୁବ୍ରତ ରାୟଙ୍କୁ ଗିରଫ କରିବାକୁ ପାଟଣା କୋର୍ଟ ୩ଟି ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ କରିଛନ୍ତି । ବିହାର ସମେତ ଉତ୍ତରପ୍ରଦେଶ ଓ ଦିଲ୍ଲୀ ପୋଲିସକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ମୁତାବକ, ସୁବ୍ରତ ରାୟଙ୍କ ଉପରେ ଥିବା ମାମଲାର ଶୁଣାଣି ପାଇଁ ମେ ୧୩ ତାରିଖରେ ସମୟ ଧାର୍ଯ୍ୟ କରିଥିଲେ କୋର୍ଟ । ତଥାପି ସୁବ୍ରତ କୋର୍ଟରେ ହାଜର ହେଲେ ନାହିଁ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ ତାରିଖରେ ହେବ । ପୂର୍ବରୁ ସୁବ୍ରତଙ୍କ ମାମଲାର ଭର୍ଚୁଆଲ ଶୁଣାଣି ହେଉଥିବାବେଳେ ଏବେ ସବୁ ଶୁଣାଣି ଫିଜିକାଲ ମୋଡରେ ହେଉଛି । ସାହାରାରେ ଟଙ୍କା ଜମା ରଖିଥିବା ନିବେଶକଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଡିପୋଜିଟର ମ୍ୟାଚ୍ୟୁରିଟି ଶେଷ ହୋଇଯାଇଥିଲେ ବି ତାଙ୍କ ଅର୍ଥ ସେମାନେ ଫେରିପାଉନାହାଁନ୍ତି । ତେଣୁ ଆସନ୍ତା ଶୁଣାଣିରେ ସୁବ୍ରତ ନିବେଶକଙ୍କ ଟଙ୍କା କିପରି ଫେରାଇବେ ସେନେଇ ଉପଯୁକ୍ତ ରୁପରେଖ ସ୍ପଷ୍ଟ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.