ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରୋଷେଇ ଘରେ ମହଙ୍ଗା ମାଡ଼

0

ଭୁବନେଶ୍ଵର : ରନ୍ଧନ ଗ୍ୟାସ୍, ଖାଇବା ତେଲରେ ଅହେତୁକ ଦରବୃଦ୍ଧି ପରେ ଏବେ ବଢ଼ିଲାଣି ପରିବା ଦର। ଟମାଟୋ କିଲୋ ୧୨୦ ଟଙ୍କା ଛୁଇଁଲାଣି। ସେପଟେ ଆମିଷ କଥା ନକହିବା ଭଲ। ୩୦୦ ଟଙ୍କା ଛୁଇଁବାକୁ ବସିଲାଣି ଚିକେନ୍ କିଲୋ। ବାତ୍ୟା ଭୟରେ ଯୋଗାଣ ବନ୍ଦ ଥିବାରୁ ବଜାରରେ ସୃଷ୍ଟି ହୋଇଛି କୃତ୍ରିମ ଅଭାବ। ମହଙ୍ଗା ମାଡ଼ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗରିବ ଓ ମଧ୍ୟବିତ୍ତ ପରିବାର ଲୋକେ।

ନାସିକ୍ ଓ ରାୟପୁରରୁ ଟମାଟୋ ଯୋଗାଣ ବନ୍ଦ ହେବା ଯୋଗୁଁ ଟମାଟୋ କିଲୋ ପିଛା ୧୨୦ ଟଙ୍କାରେ ପହଞ୍ଚିଛି । ଗୋଟିଏ ସପ୍ତାହ ଧରି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କା ହୋଇଯାଇଛି । ରାଜ୍ୟରେ ଏବେ ଟମାଟୋ ଉତ୍ପାଦନ ହେଉନି । ଫଳରେ ବାହାର ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି ବ୍ୟବସାୟୀ । ରାଜ୍ୟ ବାହାରୁ ଆସୁଥିବାରୁ ନିୟନ୍ତ୍ରଣ ବାହାରେ ଟମାଟୋ ଦର। ଉଚ୍ଚା ଦାମ ଯୋଗୁଁ କିଲେ ଜାଗାରେ କିଏ ଅଢେଇ ଶହ ତ ଆଉ କିଏ ଦର ଣୁଣି ମୁହଁ ମୋଡି ପଳାଉଛନ୍ତି । ଏପରିକି ବଜାରକୁ ମଧ୍ୟ ଅଧିକ ପରିମାଣର ଟମାଟୋ ଆସୁନାହିଁ । ଅଳ୍ପ କିଛି ପରିବା ଦୋକାନୀ ଟମାଟୋ ରଖୁଥିବା ଦେଖିବାକୁ ମିଳିଛି ।

କେବଳ ଟମାଟୋ କାହିଁକି କିଛି ଦିନ ହେଲା ବଜାରରେ ଚିକେନ ଦର ବି ବଢିବାରେ ଲାଗିଛି । କ୍ରମାଗତ ଭାବେ କୁକୁଡା ଦାନା ଦରବୃଦ୍ଧି ଓ ଗ୍ରୀଷ୍ମ ପ୍ରବାହ ଯାଗୁଁ କୁକୁଡା ମରୁଛନ୍ତି । ସେପଟେ ଚିଆଁ ଦାମ୍ କିଣା ଅଧିକ ପଡିବା, ସହ ପରିବହନ ଖର୍ଚ୍ଚ ବଢିବା ଯୋଗୁଁ ଚିକେନ ଦର ବଢିବାରେ ଲାଗିଛି। ଯାହା ଫଳରେ ଭୁବନେଶ୍ଵରରେ ଚିକେନ ଦର ୨୮୦ ରୁ ୩୦୦ରେ ପହଞ୍ଚିଲାଣି। ଯାହକୁ ନେଇ ଉଭୟ ଓ ଗ୍ରାହକ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

Leave A Reply

Your email address will not be published.