ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜିଠୁ ଇଟାଲି ଗସ୍ତରେ ନବୀନ

0

ଭୁବନେଶ୍ବର: ଆଜିଠୁ ଇଟାଲି ଅଭିମୁଖେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଇଟାଲୀ ଅଭିମୁଖେ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମ, ଡବ୍ଲୁ ଏଫପି ପକ୍ଷରୁ ରୋମ୍‌ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା ରୂପାନ୍ତୀକରଣ ଉପରେ ବାର୍ତ୍ତା ଦେବେ ନବୀନ। ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ କରାଇବେ।

ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ଏକଜିକ୍ୟୁଟିଭ୍  ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତା’ଛଡ଼ା ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ଷ୍ଟେଟ୍ ହେବା ଉପରେ ବି ନବୀନ ଆଲୋକପାତ କରିବେ  । ରୋମ୍ ଗସ୍ତ ସମୟରେ ନବୀନ ଭାଟିକାନ୍ ସିଟରେ ପୋପ୍ ଫ୍ରାନସିସ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ୨୬ ତାରିଖ ୩ଟା ୨୫ରେ ରୋମ୍ ଛାଡି ସେଠାରୁ ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ଆଲୋଚନା କରିବେ । ନିବେଶକାରୀମାନେ କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.