ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାସ୍ତାରେ କଳି କଲେ ଷ୍ଟାର ଦମ୍ପତ୍ତି

0

ଭୁବନେଶ୍ବର; ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କଲେ ପତ୍ନୀ । ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଥିବା ବେଳେ ଧରିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ଅଭିନେତ୍ରୀଙ୍କୁ ମାଡ ମଧ୍ୟ ମାରିଲେ ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ: ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଫର୍ଚ୍ୟୁନର ଗାଡ଼ିରେ ଏକାଠି  ସକାଳୁ ସକାଳୁ  ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବ‌ା ବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ତୃପ୍ତି  ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ବେଳେ ବାବୁସାନଙ୍କ ପତ୍ନୀ ତାଙ୍କୁ ମାଡ଼ ମାରିଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.