ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍

0

ପାରାଦୀପ: ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ପହଁଞ୍ଚିଛି ସିବିଆଇ ଟିମ୍‌ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ  ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି।

କଟକ ଓଡ଼ିଆ ବଜାରସ୍ଥିତ ମହିମା ମିଶ୍ରଙ୍କ ଘର ଓ ଲିଙ୍କ ରୋଡସ୍ଥିତ OSL ଅଫିସରେ ୨ଟି ଟିମ୍‌ ଚଢ଼ାଉ କରିଛନ୍ତି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କ ୨ ପୁଅ ଥିବା ଜଣାଯାଇଛି। ସେହିପରି ପାରାଦୀପର ୪ଟି ସ୍ଥାନରେ ଚଢାଉ ଚାଲିଛି ।

ପାରାଦୀପ ସିୱେଜ ସିପିଂ କମ୍ପାନୀ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ଥାଇଲାଣ୍ଡ ପୋଲିସ୍‌ ବ୍ୟାଙ୍କକର ଏକ ହୋଟେଲରୁ ୨୦୧୧ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା। ଏହାର ୨ ବର୍ଷ ପରେ ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ପୁଣି ଥରେ କ’ଣ ପାଇଁ ସିବିଆଇ ମହିମା ମିଶ୍ରଙ୍କ ଘରେ ପଶିଛି ତାହା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.