ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ୟୁ ୟୁ ଲଳିତ

0

ନୂଆଦିଲ୍ଲୀ: ଜଷ୍ଟିସ୍ ଉଦୟ ଉମେଶ ଲଳିତ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌‌ଭି ରମନ୍ନା ଜଷ୍ଟିସ ଲଳିତଙ୍କ ନାଁ ସୁପାରିଶ କରିଛନ୍ତି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟର ଏକ ସରକାରୀ ଚିଠି ପାଇବା ପରେ ବର୍ତ୍ତମାନ ପ୍ରଧାନ ବିଚାରପତି ରାମନ୍ନା ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ଲଳିତଙ୍କ ନାମ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟର ପରମ୍ପରା ମୁତାବକ ଅବସର ନେବାକୁ ଥିବା ସୁପ୍ରିମକୋର୍ଟର ମୁଖ୍ୟବିଚାରପତି ଆଗାମୀ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କରିଥାନ୍ତି । ଚଳିତମାସ ୨୬ ତାରିଖରେ ବର୍ତମାନର ମୁଖ୍ୟବିଚାରପତି ଏନ.ଭି ରମନ୍ନା ଅବସର ନେବାକୁ ଯାଉଛନ୍ତି ।

ଜଷ୍ଟିସ ଏନ୍‌ଭି ରମନ୍ନା  ଗତବର୍ଷ ଏପ୍ରିଲ ୨୪ ତାରିଖରେ ଦେଶର ୪୮ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୧୬ ମାସ ପରେ ଅର୍ଥାତ ୨୬ ଅଗଷ୍ଟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦାୟିତ୍ୱରୁ ଅବସର ନେବେ।

ସୂଚନାଯୋଗ୍ୟ; ଜଷ୍ଟିସ୍ ଲଲିତ ଅଗଷ୍ଟ ୨୭ରେ ଦେଶର ୪୯ତମ ସିଜଆଇ ଭାବରେ ଶପଥ ଗ୍ରହଣ କରିବେ। ଜଷ୍ଟିସ ଲଳିତ ମୁସଲମାନ ସଂପ୍ରଦାୟର ତିନ୍ ତଲାକ ଭଳି ପ୍ରଥା ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ସହ ଅନେକ ଐତିହାସିକ ରାୟ ଦେଇ ଚର୍ଚ୍ଚାରେ ଥିଲେ। ୟୁ ୟୁ ଲଳିତ ଏଭଳି ଦ୍ୱିତୀୟ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଯେ କି ସୁପ୍ରିମକୋର୍ଟ ବାରରୁ ସିଧା ସଳଖ ପଦୋନ୍ନତି ପାଇ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ ଲଳିତଙ୍କୁ ୨୦୧୪ ଅଗଷ୍ଟ ୧୩ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ସିଜେଇ ଭାବରେ ଜଷ୍ଟିସ ଲଳିତଙ୍କ କାର୍ଯ୍ୟକାଳ ମାତ୍ର ୭୪ଦିନ ହେବ। ସିଜେଇଆଇ ଭାବରେ ଜଷ୍ଟିସ୍ ଚନ୍ଦ୍ରଚୁଡ, ଜଷ୍ଟିସ୍ କୌଲ୍, ଜଷ୍ଟିସ୍ ନାଜିର ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ କଲେଜିୟମର ନେତୃତ୍ୱ ନେବେ ଜଷ୍ଟିସ୍ ଲଲିତ। ସେପ୍ଟେମ୍ବର ୨୩ରେ ଜଷ୍ଟିସ ବାନାର୍ଜୀଙ୍କ ଅବସର ନେବା ପରେ ଜଷ୍ଟିସ କେଏମ ଜୋସେଫ କଲେଜିୟମରେ ପ୍ରବେଶ କରିବେ। ଜଷ୍ଟିସ ଲଲିତ ନଭେମ୍ବର ୮ରେ ସିଜେଇ ପଦରୁ ଅବସର ନେବେ।

Leave A Reply

Your email address will not be published.