ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଜାତୀୟ ପତାକାକୁ ନେଇ ବିଶ୍ବ ରେକର୍ଡ କଲେ ଛାତ୍ରଛାତ୍ରୀ

0

ଚଣ୍ଡିଗଡ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ତ୍ରିରଙ୍ଗାକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ଏବଂ ଅଗଷ୍ଟ ୧୫ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କର ପତାକା ଉତ୍ତୋଳନର ଅଭିନବ କୌଶଳ ସମସ୍ତଙ୍କୁ ଚକିତ କରିଛି।

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଏନଆଇଡି ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ଏକତ୍ରିତ ହୋଇ ଏକ ପତାକା ଉତ୍ତୋଳନ କରୁଥିବା ସର୍ବବୃହତ ମାନବ ପ୍ରତିଛବି ଗଠନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବଙ୍କୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚାଲିଥିବା ହର ଘର ତିରଙ୍ଗା ଅଭିଯାନକୁ ସମ୍ମାନିତ କରିବା ପାଇଁ ପତାକା ଉତ୍ତୋଳନ କରୁଥିବା ସର୍ବ ବୃହତ ମାନବ ପ୍ରତିଛବି ସହ ଏହି ବିଶ୍ବ ରେକର୍ଡ ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନେ ଉଦ୍ୟମ କରିଥିବା କୁହାଯାଇଛି।

ଏହି ସମୟର ଗର୍ବର ମୂହୁର୍ତ୍ତର ଚିତ୍ରଗୁଡ଼ିକୁ କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେହି ଟ୍ୱିଟରରେ ସେୟାର କରିଛନ୍ତି। କହିଛନ୍ତି ଯେ ଏହା “ଭାରତ ପାଇଁ ଗର୍ବିତ ମୁହୂର୍ତ୍ତ। ସେୟାର କରି ମୁଁ ଖୁସି ଯେ ଚଣ୍ଡିଗଡ଼ କ୍ରିକେଟ୍ ଷ୍ଟାଡିୟମରେ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତିରେ ତ୍ରିରଙ୍ଗ ପତାକାର ସର୍ବବୃହତ ମାନବ ପ୍ରତିଛବି ତିଆରି କରି ଭାରତ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।”।

Leave A Reply

Your email address will not be published.