ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ଜାତୀୟ ପତାକାକୁ ନେଇ ବିଶ୍ବ ରେକର୍ଡ କଲେ ଛାତ୍ରଛାତ୍ରୀ

0

ଚଣ୍ଡିଗଡ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ତ୍ରିରଙ୍ଗାକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ଏବଂ ଅଗଷ୍ଟ ୧୫ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କର ପତାକା ଉତ୍ତୋଳନର ଅଭିନବ କୌଶଳ ସମସ୍ତଙ୍କୁ ଚକିତ କରିଛି।

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଏନଆଇଡି ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ଏକତ୍ରିତ ହୋଇ ଏକ ପତାକା ଉତ୍ତୋଳନ କରୁଥିବା ସର୍ବବୃହତ ମାନବ ପ୍ରତିଛବି ଗଠନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବଙ୍କୁ ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚାଲିଥିବା ହର ଘର ତିରଙ୍ଗା ଅଭିଯାନକୁ ସମ୍ମାନିତ କରିବା ପାଇଁ ପତାକା ଉତ୍ତୋଳନ କରୁଥିବା ସର୍ବ ବୃହତ ମାନବ ପ୍ରତିଛବି ସହ ଏହି ବିଶ୍ବ ରେକର୍ଡ ସୃଷ୍ଟି ପାଇଁ ଛାତ୍ରଛାତ୍ରୀମାନେ ଉଦ୍ୟମ କରିଥିବା କୁହାଯାଇଛି।

ଏହି ସମୟର ଗର୍ବର ମୂହୁର୍ତ୍ତର ଚିତ୍ରଗୁଡ଼ିକୁ କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେହି ଟ୍ୱିଟରରେ ସେୟାର କରିଛନ୍ତି। କହିଛନ୍ତି ଯେ ଏହା “ଭାରତ ପାଇଁ ଗର୍ବିତ ମୁହୂର୍ତ୍ତ। ସେୟାର କରି ମୁଁ ଖୁସି ଯେ ଚଣ୍ଡିଗଡ଼ କ୍ରିକେଟ୍ ଷ୍ଟାଡିୟମରେ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତିରେ ତ୍ରିରଙ୍ଗ ପତାକାର ସର୍ବବୃହତ ମାନବ ପ୍ରତିଛବି ତିଆରି କରି ଭାରତ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।”।

Leave A Reply

Your email address will not be published.