ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଜଳବାୟୁ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ପିଆର୍‌ ସଂସ୍ଥା

0

ଭୁବନେଶ୍ୱର: ଅଗ୍ରଣୀ ଲୋକସମ୍ପର୍କ ସଂସ୍ଥା ସାଇ ପିଆର୍ ଦ୍ୱାରା ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଭିଏସଏସ୍ ନଗର- ୱାର୍ଡ ନଂ ୧୧ ରେ ୬୦ଟି ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ମେୟର୍ ସୁଲୋଚନା ଦାସ, କର୍ପୋରେଟର ପ୍ରଭାସିନୀ ମହାନ୍ତି, ଆଇଏମ୍‌ଏମ୍‌ଟିର ପିଆର୍ ଏବଂ ପ୍ରୋଟୋକଲ ଅଧିକାରୀ ବିଭୁଦତ ପ୍ରଧାନ, ପୂର୍ବତନ- ସେନା ଅଧିକାରୀ ପ୍ରଭାତ କୁମାର ସାମନ୍ତରାୟ ଆଦି ଉପସ୍ଥିତ ଥିଲେ। ସାଇ ପିଆର୍ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପକୁ ଅତିଥିମାନେ ଅତ୍ୟନ୍ତ ପ୍ରଶଂସା କରିବା ସହିତ ଏହିପରି ଉଦ୍ୟମକୁ ସମର୍ଥନର ପ୍ରତିଶୃତି ମଧ୍ୟ ଦେଇଛନ୍ତି।

ଏହି ପଦକ୍ଷେପ ସମ୍ବନ୍ଧରେ ସାଇ ପିଆର୍‌ର ପ୍ରତିଷ୍ଠାତା ଆଲୋକ ଦାସ କହିଛନ୍ତି, “ଏକ ସାମାଜିକ ଦାୟିତ୍ୱବୋଧ ସଂଗଠନଭାବେ ଜଙ୍ଗଲ ନଷ୍ଟ, ମୃତିକା କ୍ଷୟ, ଗ୍ଲୋବାଲ ୱାର୍ମିଂ ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଏକ ଛୋଟ ପ୍ରୟାସ ଭାବେ ଆମେ ଆମ ମନ୍ଦିର ମାଳିନୀ ସହର ଭୁବନେଶ୍ୱରଠାରେ ବୃକ୍ଷରୋପଣ କରିବା ଆରମ୍ଭ କରିଛୁ ।”

ସାଇ ପିଆର୍‌ର ଓଡିଶା ମୁଖ୍ୟ ସରିତା ରାଉତ କହିଛନ୍ତି ଯେ ପରିବେଶର ସୌନ୍ଦର୍ଯ୍ୟ ଏବଂ ସନ୍ତୁଳନ ମାଧ୍ୟମରେ ଆମର ଆଗାମୀ ପିଢି ପାଇଁ ଆମେ ଏହି ପୃଥିବୀକୁ ଏକ ସ୍ଥାୟୀ ଏବଂ ଉନ୍ନତ ସ୍ଥାନରେ ପରିବର୍ତନ କରିବାକୁ ଚେଷ୍ଟା କରୁଛୁ । ଆମେ ଆଶା କରୁ ଯେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱର ସ୍ମାର୍ଟ ହେବା ସହିତ ସବୁଜମୟ ମଧ୍ୟ ହେଉ । ଏହା ମାତ୍ର କେବଳ ଗୋଟେ ଆରମ୍ଭ, ଆଗକୁ ଭୁବନେଶ୍ୱରରେ ବିଏମ୍‌ସି ଦ୍ୱାରା ଚୟନ କରାଯାଇଥିବା ସ୍ଥାନମାନଙ୍କରେ ଆମେ ଆମ ଅଭିଯାନକୁ ପର୍ଯ୍ୟାୟକ୍ରମେ ତ୍ୱରାନ୍ୱିତ କରିବୁ। ସାଇ ପିଆର୍‌ର ଅନ୍ୟ ସଦସ୍ୟ ଯଥା – ଦୀପକ୍ ଦାସ, ଆଦିତ୍ୟ ନାରାୟଣ ସାମନ୍ତରାୟ, ସସ୍ମିତା ବାରିକ୍‌, ପୁଜା ଦେବଜାନୀ ମିଶ୍ର, ସାରଥୀ କୁମାରି ବାରିକ, ବାବୁଲା ନାୟକ ଆଦି ଉପସ୍ଥିତ ରହି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ ।

Leave A Reply

Your email address will not be published.