ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଜାଣନ୍ତୁ, କେବେ ଜଣାପଡ଼ିବ ବାତ୍ୟା ଆସିବ କି ନାହିଁ ?

0

ଭୁବନେଶ୍ବର: ଆସନ୍ତା ୧୭-୨୪ ଅକ୍ଟୋବର ମଧ୍ୟରେ ବଙ୍ଗୋପସାଗର ରେ ଏକ ସିଷ୍ଟମ୍ ସୃଷ୍ଟି ଓ ଘନୀଭୂତ ହେବାର ସମ୍ଭାବନା ରହିଛି। ଏକ ଘୂର୍ଣ୍ଣିବଳୟ ୧୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଲଘୁଚାପ/ଡିପ୍ରେଶନ ର ରୂପ ନେବ ବୋଲି ମଡେଲ ଆକଳନ କରୁଛନ୍ତି।

ଏହି ସମୟ ରେ ବାୟୁମଣ୍ଡଳ ଓ ସାମୁଦ୍ରିକ ବାତାବରଣ ଅନୁକୂଳ ରହିବା ଯୋଗୁ ସିଷ୍ଟମ ଟି ଅଧିକ ଘନୀଭୂତ ହେବ। ବଙ୍ଗୋପସାଗର ତାପମାତ୍ରା, ୱିଣ୍ଡ ସିଆର, ଏମ ଜେ ଓ ଇତ୍ୟାଦି ସିଷ୍ଟମ୍ ର ସପକ୍ଷ ରେ ରହିବ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବ। ଏହି କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ବାତ୍ୟା ର ରୂପ ନେଇ ପଶ୍ଚିମ କେନ୍ଦ୍ରୀୟ/ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିବ ବୋଲି ବୋଲି ମଡେଲ ଚିତ୍ର ଅଙ୍କନ କରୁଛନ୍ତି।

ତେବେ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ, ତୀବ୍ରତା, ସମୟ ଇତ୍ୟାଦି ଦ୍ଵନ୍ଦ ଓ ଅସ୍ପଷ୍ଟ ରହିଛି।ସମ୍ଭାବ୍ୟ ସିଷ୍ଟମ ଟି କେତେ ତୀବ୍ରତା ର ରହିବ ଓ କେଉଁ ଅଞ୍ଚଳ କୁ ପ୍ରଭାବିତ କରିବ ତାହା ଏବେ ଠାରୁ କହିବା ଠିକ୍ ହେବନାହିଁ। ଆସନ୍ତା ୧୫ ତାରିଖ ବେଳକୁ ଏ ନେଇ ଅଧିକ ତଥ୍ୟ ଆସିପାରିବ।

ଇତିହାସ କୁ ଅନୁଧ୍ୟାନ କଲେ ଜଣା ଯାଏ ଯେ, ଅକ୍ଟୋବର ରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଡ଼ିକ ଯଥା ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡ ହୁଡ଼, ୨୦୧୮ ତିତିଲି ଆନ୍ଧ୍ରପ୍ରଦେଶ- ଓଡ଼ିଶା କୁ ପ୍ରଭାବିତ କରିଛନ୍ତି।

Leave A Reply

Your email address will not be published.