ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଜାଣନ୍ତୁ, କେବେ ଜଣାପଡ଼ିବ ବାତ୍ୟା ଆସିବ କି ନାହିଁ ?

0

ଭୁବନେଶ୍ବର: ଆସନ୍ତା ୧୭-୨୪ ଅକ୍ଟୋବର ମଧ୍ୟରେ ବଙ୍ଗୋପସାଗର ରେ ଏକ ସିଷ୍ଟମ୍ ସୃଷ୍ଟି ଓ ଘନୀଭୂତ ହେବାର ସମ୍ଭାବନା ରହିଛି। ଏକ ଘୂର୍ଣ୍ଣିବଳୟ ୧୭ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳ ରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟ ରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଲଘୁଚାପ/ଡିପ୍ରେଶନ ର ରୂପ ନେବ ବୋଲି ମଡେଲ ଆକଳନ କରୁଛନ୍ତି।

ଏହି ସମୟ ରେ ବାୟୁମଣ୍ଡଳ ଓ ସାମୁଦ୍ରିକ ବାତାବରଣ ଅନୁକୂଳ ରହିବା ଯୋଗୁ ସିଷ୍ଟମ ଟି ଅଧିକ ଘନୀଭୂତ ହେବ। ବଙ୍ଗୋପସାଗର ତାପମାତ୍ରା, ୱିଣ୍ଡ ସିଆର, ଏମ ଜେ ଓ ଇତ୍ୟାଦି ସିଷ୍ଟମ୍ ର ସପକ୍ଷ ରେ ରହିବ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବ। ଏହି କ୍ଷେତ୍ର ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ବାତ୍ୟା ର ରୂପ ନେଇ ପଶ୍ଚିମ କେନ୍ଦ୍ରୀୟ/ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିବ ବୋଲି ବୋଲି ମଡେଲ ଚିତ୍ର ଅଙ୍କନ କରୁଛନ୍ତି।

ତେବେ ସମ୍ଭାବ୍ୟ ସିଷ୍ଟମ୍ ର ଗତିପଥ, ତୀବ୍ରତା, ସମୟ ଇତ୍ୟାଦି ଦ୍ଵନ୍ଦ ଓ ଅସ୍ପଷ୍ଟ ରହିଛି।ସମ୍ଭାବ୍ୟ ସିଷ୍ଟମ ଟି କେତେ ତୀବ୍ରତା ର ରହିବ ଓ କେଉଁ ଅଞ୍ଚଳ କୁ ପ୍ରଭାବିତ କରିବ ତାହା ଏବେ ଠାରୁ କହିବା ଠିକ୍ ହେବନାହିଁ। ଆସନ୍ତା ୧୫ ତାରିଖ ବେଳକୁ ଏ ନେଇ ଅଧିକ ତଥ୍ୟ ଆସିପାରିବ।

ଇତିହାସ କୁ ଅନୁଧ୍ୟାନ କଲେ ଜଣା ଯାଏ ଯେ, ଅକ୍ଟୋବର ରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଗୁଡ଼ିକ ଯଥା ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡ ହୁଡ଼, ୨୦୧୮ ତିତିଲି ଆନ୍ଧ୍ରପ୍ରଦେଶ- ଓଡ଼ିଶା କୁ ପ୍ରଭାବିତ କରିଛନ୍ତି।

Leave A Reply

Your email address will not be published.