ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଫିଲ୍ମ ଦୁନିଆରେ ପାଦ ଦେଲେ ଧୋନୀ, ନିର୍ମାଣ କରିବେ ଚଳଚ୍ଚିତ୍ର

0

ଭୁବନେଶ୍ବର: ଭାରତୀୟ କ୍ରିକେଟ ଜଗତରେ ମହେନ୍ଦ୍ର ସିଂ ଧୋନୀ ଜଣେ ପରିଚିତ ଚେହେରା। ସେ ଏକାଧାରାରେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ ମଧ୍ୟ । ସେ ଭାରତୀୟ ଟିମ୍ କୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବହୁତ ଅବଦାନ ରହିଛି। ହେଲେ ସେ ଏବେ କ୍ରିକେଟରୁ ଦୂରେଇ ଯାଇଛନ୍ତି, କିନ୍ତୁ ଆଇପିଏଲ ଜାରି ରଖିଛନ୍ତି । ତେବେ କ୍ରିକେଟରେ ନିଜ ଦବଦବା ପରେ ଏବେ ଫିଲ୍ମ ଦୁନିଆକୁ ଆସିଛନ୍ତି ଧୋନୀ । ଆଉ ଖୋଲିଛନ୍ତି ନିଜର ପ୍ରଡକ୍ସନ ହାଉସ । ଲେଟ୍ସ ସିନେମା, ଟ୍ୱିଟରରେ ଧୋନୀ ପ୍ରଡକ୍ସନ ହାଉସକୁ ନେଇ ସୂଚନା ଦେଇଛି , ଧୋନୀ ସାଉଥରେ ନିଜ ଫିଲ୍ମ ପ୍ରଡକ୍ସନ ଧୋନୀ ଏଣ୍ଟରଟେନମେଣ୍ଟ ଲଞ୍ଚ କରିଛନ୍ତି । ଏଥିରେ ତାମିଲି, ତେଲୁଗୁ ଓ ମାଲାୟାଲାମ ଭାଷାରେ ଫିଲ୍ମ ହେବ ।

ଥାଲା ନାଁରେ ପରିଚିତ ମାହି ଏବେ ସାଉଥ ଫିଲ୍ମ ତିଆରି କରିବେ । କ୍ରିକେଟ ମୈଦାନରୁ ଏବେ ସିଧା ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି ମାହି । ଆଉ ଥାଲାପତି ବିଜୟ, ଜୁନିୟର ଏନଟିଆର, ରଜନୀକାନ୍ତ, ଧନୁଷଙ୍କ ଭଳି ଷ୍ଟାରଙ୍କ ସହ କାମ କରିବେ କ୍ୟାପଟେନ କୁଲ୍ । ୱିକେଟ ପଛରେ ଠିଆ ହେଇ ନିଜ ବିଚକ୍ଷଣ ବୁଦ୍ଧି ଲଗାଉଥିବା ଧୋନୀ ଏବେ ସାଉଥ ଫିଲ୍ମରେ ନିଜ ବୁଦ୍ଧି ଲଗାଇବେ ।

ଧୋନୀ ନିଜ ପ୍ରଡକ୍ସନ ହାଉସର ନାଁ ଧୋନୀ ଏଣ୍ଟରଟେନମେଣ୍ଟ ରଖିଛନ୍ତି । ମାହିଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ । ପ୍ରଡକ୍ସନ ହାଉସର ମାଲିକାନା ଧୋନୀ ଓ ତାଙ୍କ ପତ୍ନୀଙ୍କ ପାଖରେ ରହିବ । ସେହିପରି ବିକାଶ ହସିଜାଙ୍କୁ ପ୍ରଡକ୍ସନ ହାଉସର ମୁଖ୍ୟ ଭାବେ ଚୟନ କରାଯାଇଛି । ମାହିଙ୍କ ଏହି ପ୍ରଡକ୍ସନ ହାଉସ ଏବେ ଯାଏଁ ରୋଅର ଅଫ ଦ ଲାୟନ, ବ୍ଲେଜ ଟୁ ଗ୍ଲୋରୀ ଓ ଦ ହିଡେନ ହିନ୍ଦୁ ଭଳି ପ୍ରୋଜେକ୍ଟରେ କାମ କରି ସାରିଛି। ତେବେ କ୍ରିକେଟ ପରେ ଫିଲ୍ମ ଦୁନିଆରେ ଧୋନୀ କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.