ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ଫିଲ୍ମ ଦୁନିଆରେ ପାଦ ଦେଲେ ଧୋନୀ, ନିର୍ମାଣ କରିବେ ଚଳଚ୍ଚିତ୍ର

0

ଭୁବନେଶ୍ବର: ଭାରତୀୟ କ୍ରିକେଟ ଜଗତରେ ମହେନ୍ଦ୍ର ସିଂ ଧୋନୀ ଜଣେ ପରିଚିତ ଚେହେରା। ସେ ଏକାଧାରାରେ ଜଣେ ସଫଳ ଅଧିନାୟକ, ୱିକେଟ କିପର ଓ ଫିନିସର୍ ମଧ୍ୟ । ସେ ଭାରତୀୟ ଟିମ୍ କୁ ଅନେକ ସଫଳତା ଦେଇଛନ୍ତି । ବିଶ୍ୱ କ୍ରିକେଟରେ ଟିମ ଇଣ୍ଡିଆକୁ ଶୀର୍ଷକୁ ନେବାରେ ତାଙ୍କର ବହୁତ ଅବଦାନ ରହିଛି। ହେଲେ ସେ ଏବେ କ୍ରିକେଟରୁ ଦୂରେଇ ଯାଇଛନ୍ତି, କିନ୍ତୁ ଆଇପିଏଲ ଜାରି ରଖିଛନ୍ତି । ତେବେ କ୍ରିକେଟରେ ନିଜ ଦବଦବା ପରେ ଏବେ ଫିଲ୍ମ ଦୁନିଆକୁ ଆସିଛନ୍ତି ଧୋନୀ । ଆଉ ଖୋଲିଛନ୍ତି ନିଜର ପ୍ରଡକ୍ସନ ହାଉସ । ଲେଟ୍ସ ସିନେମା, ଟ୍ୱିଟରରେ ଧୋନୀ ପ୍ରଡକ୍ସନ ହାଉସକୁ ନେଇ ସୂଚନା ଦେଇଛି , ଧୋନୀ ସାଉଥରେ ନିଜ ଫିଲ୍ମ ପ୍ରଡକ୍ସନ ଧୋନୀ ଏଣ୍ଟରଟେନମେଣ୍ଟ ଲଞ୍ଚ କରିଛନ୍ତି । ଏଥିରେ ତାମିଲି, ତେଲୁଗୁ ଓ ମାଲାୟାଲାମ ଭାଷାରେ ଫିଲ୍ମ ହେବ ।

ଥାଲା ନାଁରେ ପରିଚିତ ମାହି ଏବେ ସାଉଥ ଫିଲ୍ମ ତିଆରି କରିବେ । କ୍ରିକେଟ ମୈଦାନରୁ ଏବେ ସିଧା ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି ମାହି । ଆଉ ଥାଲାପତି ବିଜୟ, ଜୁନିୟର ଏନଟିଆର, ରଜନୀକାନ୍ତ, ଧନୁଷଙ୍କ ଭଳି ଷ୍ଟାରଙ୍କ ସହ କାମ କରିବେ କ୍ୟାପଟେନ କୁଲ୍ । ୱିକେଟ ପଛରେ ଠିଆ ହେଇ ନିଜ ବିଚକ୍ଷଣ ବୁଦ୍ଧି ଲଗାଉଥିବା ଧୋନୀ ଏବେ ସାଉଥ ଫିଲ୍ମରେ ନିଜ ବୁଦ୍ଧି ଲଗାଇବେ ।

ଧୋନୀ ନିଜ ପ୍ରଡକ୍ସନ ହାଉସର ନାଁ ଧୋନୀ ଏଣ୍ଟରଟେନମେଣ୍ଟ ରଖିଛନ୍ତି । ମାହିଙ୍କ ଏହି ପ୍ରଡକ୍ସନ ହାଉସରେ ତାମିଲ, ତେଲୁଗୁ ଓ ମାଲାୟାଲାମ ଫିଲ୍ମ ହେବ । ପ୍ରଡକ୍ସନ ହାଉସର ମାଲିକାନା ଧୋନୀ ଓ ତାଙ୍କ ପତ୍ନୀଙ୍କ ପାଖରେ ରହିବ । ସେହିପରି ବିକାଶ ହସିଜାଙ୍କୁ ପ୍ରଡକ୍ସନ ହାଉସର ମୁଖ୍ୟ ଭାବେ ଚୟନ କରାଯାଇଛି । ମାହିଙ୍କ ଏହି ପ୍ରଡକ୍ସନ ହାଉସ ଏବେ ଯାଏଁ ରୋଅର ଅଫ ଦ ଲାୟନ, ବ୍ଲେଜ ଟୁ ଗ୍ଲୋରୀ ଓ ଦ ହିଡେନ ହିନ୍ଦୁ ଭଳି ପ୍ରୋଜେକ୍ଟରେ କାମ କରି ସାରିଛି। ତେବେ କ୍ରିକେଟ ପରେ ଫିଲ୍ମ ଦୁନିଆରେ ଧୋନୀ କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.