ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି

0
  • ବିଶ୍ବର ଟପ୍‌-୧୦ ଧନୀଙ୍କର ଖସିଲା ସମ୍ପତି
  • ମସ୍କ ସହିଲେ ୮୫ ହଜାର କୋଟିର କ୍ଷତି
  • ଅମ୍ବାନୀ ଓ ଆଦାନୀଙ୍କର ବି କମିଲା ସମ୍ପତି

ମୁମ୍ବାଇ: ବିଶ୍ବର ପ୍ରଥମ ୧୦ ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବିଶ୍ବର ଏକନମ୍ବର ଧନୀ ତଥା ଟେସଲା ସିଇଓ ଏଲନ ମସ୍କ । ସମ୍ପତିରେ କ୍ଷତି ସହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀ ରହିଛନ୍ତି । ତେବେ ସମ୍ପତି ହ୍ରାସର କାରଣ ହେଉଛି ଟେସଲା , ଅଦାନୀଗ୍ରୁପ ଓ ମୁକେଶ ଅମ୍ବାନୀଙ୍କ ସେୟାର ବିପୁଳ ପରିମାଣରେ କ୍ଷତି ସହିଛନ୍ତି ।

ସୂଚନାଯୋଗ୍ୟ; ଟେସଲା ସିଇଓ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କ ସମ୍ପତି ଗୋଟିଏ ଦିନରେ ୧୦.୩ ବିଲିୟନ ଡ଼ଲାର୍ ଅର୍ଥାତ୍ ୮୫,୦୦୦ କୋଟି ଟଙ୍କା ହରାଇଛି । ଏହା ପଛକୁ ରହିଛନ୍ତି ବିଶ୍ବର ଦ୍ବିତୀୟ ଧନୀ ଜେଫ୍‌ ବେଜୋସ । ତାଙ୍କର ଦିନକରେ କ୍ଷତି ହୋଇଛି ୫.୯୨ ବିଲିୟନ ଡଲାର ଅର୍ଥାତ ପାଖାପାଖି ୪୯ ହଜାର କୋଟି ଟଙ୍କା । ସେହିଭଳି ତୃତୀୟ ଧନୀ ବ୍ୟକ୍ତି ଵର୍ନାର୍ଡ ଅର୍ନଲ୍ଟଙ୍କ ସମ୍ପତି ହଜାର କୋଟି ଟଙ୍କା କମି ୧୩୧ ବିଲିୟନ ଡଲାର ରହିଛି । ଅନ୍ୟପଟେ ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୧୧ ବିଲିୟନ ଡ଼ଲାର ଅର୍ଥାତ ୧୭ ,୪୦୦ କୋଟି ଟଙ୍କା ହ୍ରାସ ହୋଇଛି ।

ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତି ପରିମାଣ ଦିନକରେ ୯୩.୭ ମିଲିୟନ ଡଲାର ଅର୍ଥାତ ୭୭୦ କୋଟି ଟଙ୍କା କମିଛି । ସେହିଭଳି ବିଲ୍‌ ଗେଟସ୍‌ ୨.୬୫ ବିଲିୟନ ଡଲାର କମି ୧୦୬ ବିଲିୟନ ଡଲାର, ଓ୍ବାରେନ୍‌ ବଫେଟ୍‌ଙ୍କ ସମ୍ପତି ୨.୨୯ ବିଲିୟନ କମି ୯୪.୨ ବିଲିୟନ ଡଲାର ରହିଛି । ତେବେ ଦିନକରେ ଏତେ ପରିମାଣରେ କ୍ଷତି ହୋଇଥିବାରୁ ବିଶ୍ୱର ଧନୀମାନଙ୍କୁ ଏକ ବଡ଼ ଝଟକା ଲାଗିଛି।

Leave A Reply

Your email address will not be published.