ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି

0
  • ବିଶ୍ବର ଟପ୍‌-୧୦ ଧନୀଙ୍କର ଖସିଲା ସମ୍ପତି
  • ମସ୍କ ସହିଲେ ୮୫ ହଜାର କୋଟିର କ୍ଷତି
  • ଅମ୍ବାନୀ ଓ ଆଦାନୀଙ୍କର ବି କମିଲା ସମ୍ପତି

ମୁମ୍ବାଇ: ବିଶ୍ବର ପ୍ରଥମ ୧୦ ଧନୀ ବ୍ୟକ୍ତିଙ୍କର ଖସିଲା ସମ୍ପତି । ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ବିଶ୍ବର ଏକନମ୍ବର ଧନୀ ତଥା ଟେସଲା ସିଇଓ ଏଲନ ମସ୍କ । ସମ୍ପତିରେ କ୍ଷତି ସହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ଏବଂ ମୁକେଶ ଅମ୍ବାନୀ ରହିଛନ୍ତି । ତେବେ ସମ୍ପତି ହ୍ରାସର କାରଣ ହେଉଛି ଟେସଲା , ଅଦାନୀଗ୍ରୁପ ଓ ମୁକେଶ ଅମ୍ବାନୀଙ୍କ ସେୟାର ବିପୁଳ ପରିମାଣରେ କ୍ଷତି ସହିଛନ୍ତି ।

ସୂଚନାଯୋଗ୍ୟ; ଟେସଲା ସିଇଓ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କ ସମ୍ପତି ଗୋଟିଏ ଦିନରେ ୧୦.୩ ବିଲିୟନ ଡ଼ଲାର୍ ଅର୍ଥାତ୍ ୮୫,୦୦୦ କୋଟି ଟଙ୍କା ହରାଇଛି । ଏହା ପଛକୁ ରହିଛନ୍ତି ବିଶ୍ବର ଦ୍ବିତୀୟ ଧନୀ ଜେଫ୍‌ ବେଜୋସ । ତାଙ୍କର ଦିନକରେ କ୍ଷତି ହୋଇଛି ୫.୯୨ ବିଲିୟନ ଡଲାର ଅର୍ଥାତ ପାଖାପାଖି ୪୯ ହଜାର କୋଟି ଟଙ୍କା । ସେହିଭଳି ତୃତୀୟ ଧନୀ ବ୍ୟକ୍ତି ଵର୍ନାର୍ଡ ଅର୍ନଲ୍ଟଙ୍କ ସମ୍ପତି ହଜାର କୋଟି ଟଙ୍କା କମି ୧୩୧ ବିଲିୟନ ଡଲାର ରହିଛି । ଅନ୍ୟପଟେ ବିଶ୍ବର ଚତୁର୍ଥ ଧନୀ ବ୍ୟକ୍ତି ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୨.୧୧ ବିଲିୟନ ଡ଼ଲାର ଅର୍ଥାତ ୧୭ ,୪୦୦ କୋଟି ଟଙ୍କା ହ୍ରାସ ହୋଇଛି ।

ସେହିପରି ମୁକେଶ ଅମ୍ବାନୀଙ୍କ ସମ୍ପତି ପରିମାଣ ଦିନକରେ ୯୩.୭ ମିଲିୟନ ଡଲାର ଅର୍ଥାତ ୭୭୦ କୋଟି ଟଙ୍କା କମିଛି । ସେହିଭଳି ବିଲ୍‌ ଗେଟସ୍‌ ୨.୬୫ ବିଲିୟନ ଡଲାର କମି ୧୦୬ ବିଲିୟନ ଡଲାର, ଓ୍ବାରେନ୍‌ ବଫେଟ୍‌ଙ୍କ ସମ୍ପତି ୨.୨୯ ବିଲିୟନ କମି ୯୪.୨ ବିଲିୟନ ଡଲାର ରହିଛି । ତେବେ ଦିନକରେ ଏତେ ପରିମାଣରେ କ୍ଷତି ହୋଇଥିବାରୁ ବିଶ୍ୱର ଧନୀମାନଙ୍କୁ ଏକ ବଡ଼ ଝଟକା ଲାଗିଛି।

Leave A Reply

Your email address will not be published.