ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

୭୧ ରନରେ ଜିମ୍ବାଓ୍ବେକୁ ହରାଇଲା ଭାରତ

0

ମେଲବର୍ଣ୍ଣ: ଟି୨୦ ବିଶ୍ବକପରେ ୭୧ ରନରେ ଜିମ୍ବାଓ୍ବେକୁ ହରାଇ ଗ୍ରୁପ ବିରୁ ଏକ ନମ୍ବର ଟିମ୍ ଭାବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଉଛି । ୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ବେ ଟିମ୍ ୧୭.୨ ଓଗରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜିମ୍ବାଓ୍ବେ ପକ୍ଷରୁ ଏସ. ରାଜ ୩୪ ଏବଂ ଆର. ବୁର୍ଲ ୩୫ ରନ୍ କରିଥିଲେ ବି ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା ।

ସୂଚନାନୁସାରେ; ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଭଲ ଆରମ୍ଭ କରିଥିଲେ ମଧ୍ୟ ଶୀଘ୍ର ଆଉଟ୍ ହୋଇଯାଇଥିଲେ। ହେଲେ ଏହାରି ଭିତରେ କେଏଲ ରାହୁଲ ୫୧ ରନ କରି ଅର୍ଦ୍ଧଶତକ ମାରିଥିଲେ । ସେହିପରି ସୂର୍ଯ୍ୟ କୁମାର ମଧ୍ୟ ଶେଷ ଓଭର ଯାଏଁ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ଫଳରେ ଭାରତ ୧୮୬ ରନର ବଡ ସ୍କୋର କରିବାରେ ସଫଳ ହୋଇଥିଲା । ୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଜିମ୍ବାୱେ ଦଳର କିନ୍ତୁ ଆରମ୍ଭରୁ ବିପର୍ଯ୍ୟ ଘଟିଥିଲା । ଦଳ ପକ୍ଷରୁ ରୟାନ ବୁର୍ଲ ୩୫ ଓ ସିକନ୍ଦର ରାଜା ୩୪ ରନ କରିଥିଲେ । ଫଳରେ ଦଳ ୧୭ ଓଭର ୨ଟି ବଲ ଖେଳି ଅଲଆଉଟ ହୋଇଯାଇଥିଲା ।

Leave A Reply

Your email address will not be published.