ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ବାଜି ମାରିନେଲା ବିଜେପି, ଧାମନଗରରେ ଫୁଟିଲା ପଦ୍ମ

0

ଭଦ୍ରକ; ଧାମନଗର ଉପନିର୍ବାଚନରେ ବାଜିମାତ୍ କଲା ବିଜେପି । ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ପିନ୍ଧିଲେ ବିଜୟର ମୁକୁଟ । ୯ ହଜାର ୮୮୧ ଭୋଟରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଲେ ବିଜେପିର ସୁରଜ ସୂର୍ଯ୍ୟବଂଶୀ । ଧାମନଗରରେ ବିଜେପି ପୁଣି ନିଜ ପତିଆରା ଜାହିର କଲା । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ୮୦୩୫୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ  ୭୦୪୭୦ ଖଣ୍ଡ ଭୋଟ ପାଇଥିଲେ।  ସେହିପରି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୩୫୬୧ ଖଣ୍ଡ ଭୋଟ ପାଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପୂର୍ବତନ ବିଧାୟକ  ରାଜେନ୍ଦ୍ର ଦାସ ୮୧୫୩ ଖଣ୍ଡ ଭୋଟ ପାଇଥିଲେ।

ଉଲ୍ଲେଖଯୋଗ୍ୟ; ଧାମନଗର ଉପନିର୍ବାଚନ ଫଳାଫଳ ଲାଗି ରବିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। କଡା ସୁରକ୍ଷା ଭିତରେ ଭଦ୍ରକ ଜିଲା ସଂସ୍କୃତି ଭବନରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହୋଇଥିଲା। ଏହା ପରେ ଇଭିଏମ ଗଣତି ହୋଇଥିଲା। ଗଣତି ପାଇଁ ମୋଟ ୧୪ଟି ଟେବୁଲ କରାଯାଇଥିଲା।  ମୋଟ ୧୮ ରାଉଣ୍ଡ ଗଣତି ହୋଇଥିଲା। ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ପ୍ରତି ରାଉଣ୍ଡ ଗଣତିରେ ବିଜେପି ପ୍ରାର୍ଥୀ ସୂରଜ ଆଗୁଆ ରହିଆସୁଥିଲେ। ଶେଷରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି। ତେବେ ଅତୀତରେ ରାଜ୍ୟରେ ଯେତେ ସବୁ ଉପନିର୍ବାଚନ ହୋଇଛି ସେଥିରେ ବିଜେଡି ଆଗରେ ରହିଆସୁଥିଲା। କିନ୍ତୁ ପ୍ରଥମ ଥର ପାଇଁ ଧାମନଗର ଉପନିର୍ବାଚନରେ ଏହାର ପରିର୍ବତ୍ତନ ହୋଇଛି। ତେବେ କଂଗ୍ରେସ ପ୍ରାର୍ଥୀ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ପରାଜୟ ସ୍ବୀକାର କରିଛି।

Leave A Reply

Your email address will not be published.