ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ରାଜଧାନୀରୁ ହଟିଲା କଟକଣା

0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲଗାତାର ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଏଥିରେ ସାମାନ୍ୟ ବ୍ରେକ ଲାଗିଛି। ଫଳରେ ତିନି ଦିନ ତଳେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଗତକାଲି ଦିଲ୍ଲୀର ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର ଆସିଥିବା ବେଳେ ଆଜି ଏଠାକାର ଏଆଇକ୍ୟୁ ୩୪୭ ଥିବା ରେକର୍ଡ କରାଯାଇଛି। ସେହିପରି ନଏଡାରେ ମଧ୍ୟ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଥିବା ଦେଖିବାକୁ ମିଳିଛି। ଏଠାରେ ଏଆଇକ୍ୟୁ ୩୩୧ ରହିଛି। ସେହିପରି ଗୁରୁଗ୍ରାମରେ ମଧ୍ୟ ୩୦୯ ଥିବା ରେକର୍ଡ କରାଯାଇଛି।

ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା କମିଥିବାରୁ କଟକଣାକୁ ପ୍ରତ୍ୟାହାର କରିଦିଆଯାଇଛି । ଗ୍ରାପର ଚତୁର୍ଥ ପର୍ଯ୍ୟାୟ ପରେ ଦିଲ୍ଲୀ ସରକାର ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦିଲ୍ଲୀ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଗ୍ରାପ-୪ ହଟାଇବା ପାଇଁ ସିଏକ୍ୟୁମର ନିଷ୍ପତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆଜି ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ବସିବ ।

କଟକଣା ହଟିବା ପରେ ଦିଲ୍ଲୀରେ ଏବେ ଟ୍ରକ ଏଣ୍ଟ୍ରି କରିପାରିବେ। କେବଳ ଏତିକି ନୁହେଁ ଅଣ ବିଏସ-୬ଡିଜେଲ ବାହନ ଉପରେ ଜାରି କଟକଣା ମଧ୍ୟ ପ୍ରତ୍ୟାହୃତ ହୋଇଛି। ଦିଲ୍ଲୀରେ ସବୁ ଉଦ୍ୟୋଗ ବନ୍ଦ ଲାଗି କରାଯାଇଥିବା ସୁପାରିଶ ମଧ୍ୟ ପ୍ରତ୍ୟାହାର ହୋଇଛି। ତେବେ ଅନାବଶ୍ୟକ ନିର୍ମାଣ ଗତିବିଧି ଯେପରିକି ଇଟା ଭାଟି ଉପରେ ଏବେବି କଟକଣା ବଳବତ୍ତର ରହିଛି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି।

Leave A Reply

Your email address will not be published.