ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

0

ଜମ୍ମୁ-କାଶ୍ମୀର ; ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନାର ମିଳିତ ଅପରେସନରେ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି ।

ସୂଚନା ଅନୁଯାୟୀ, କାପରେନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆଜି ଭୋର ସମୟରେ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ଜୈଶ ପାଇଁ କାମ କରୁଥିବା ଆତଙ୍କବାଦୀ କମରାନ ଭାଇ ଓରଫ ହାନୀସର ମୃତ୍ୟୁ ଘଟିଛି । ତା’ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

ସେପଟେ କୋରାପୁଟ ଜିଲ୍ଲା ବୈପାରିଗୁଡା ମାଳିପଦର ଜଙ୍ଗଲରେ ଏସ୍ଓଜି ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୨ ମାଓବାଦୀଙ୍କ ନିହତ ହୋଇଥିବା ସ୍ପଷ୍ଟ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ । ଡିଆଇଜିଙ୍କ କହିବା ଅନୁଯାୟୀ, ଏସଓଜି ଯବାନ ମଧ୍ୟରାତିରେ କମ୍ବିଂ ଅପରେସନ କରୁଥିବା ସମୟରେ ଜଙ୍ଗଲରେ ପାଖାପାଖି ୨୦ରୁ ଉର୍ଦ୍ଧ୍ବ ମାଓବାଦୀ ଶିବିର କରି ରହିଥିବା ଜଣା ପଡ଼ିଥିଲା । ଏହାପରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ଦୁଇ ମାଓବାଦୀ ମୃତ ହୋଇଥିଲେ । ତେବେ ସେମାନଙ୍କଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହେବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.