ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମୁଲାୟମ ସିଂହଙ୍କ ଆସନରୁ ନିର୍ବାଚନ ଲଢ଼ିବେ ବୋହୂ ଡିମ୍ପଲ

0

ମୈନପୁରୀ; ମୈନପୁରୀ ଲୋକସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି । ଏଠାରୁ ନିର୍ବାଚନ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ଡିମ୍ପଲ ଯାଦବ । ସମାଜବାଦୀ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ପରେ ମୌନପୁରୀ ଲୋକସଭା ଆସନ ଖାଲି ପଡିଛି । ଏବେ ଡିମ୍ପଲଙ୍କ ଦ୍ବାରା ନିର୍ବାଚନ ଲଢି ମୈନପୁରୀକୁ ନିଜ କବଜାରେ ରଖିବାକୁ ପ୍ରୟାସ କରିବ ଯାଦବ ପରିବାର ।

ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ। ୮ ତାରିରେ ଫଳାଫଳ ଆସିବ । ସୂଚନା ଅନୁଯାୟୀ ୨୦୦୯ରେ ଯେତେବେଳେ ଅଖିଳେଶ ଫିରୋଜାବାଦ ସିଟ ଛାଡିଥିଲେ ସେତେବେଳେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ପତ୍ନୀ ଡିମ୍ପଲ । ଏହି ଉପନିର୍ବାଚନରେ ଲୋକପ୍ରିୟ ଅଭିନେତା ରାଜ ବବରଙ୍କୁ ହରାଇଥିଲେ ଡିମ୍ପଲ । ଏହାପରେ ୨୦୧୨ରେ ଲୋକସଭା ଉପ ନିର୍ବାଚନରେ ବିଜୟ ହାସଲ କରିଥିଲେ । ଏହାପରେ ୨୦୧୯ରେ ସେ କନ୍ନୌଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ଏହି ଆସନରୁ ସେ ବିଜେପିର ସୁବ୍ରତ ପାଠକଙ୍କ ଠାରୁ ହାରି ଯାଇଥିଲେ । ୪୪ ବର୍ଷୀୟ ଡିମ୍ପଲ ଏବେ ଦୀର୍ଘ ତିନି ବର୍ଷ ପରେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି । ଶ୍ୱଶୁରଙ୍କ ଆସନ ମୌନପୁରୀରୁ ସେ ଲୋକସଭା ଉପ-ନିର୍ବାଚନ ଲଢ଼ିବେ ।

Leave A Reply

Your email address will not be published.