ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଆଜିଠୁ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ

0

ଭୁବନେଶ୍ବର; ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ନୂଆ ଅଧ୍ୟାୟ ।ଆଜିଠୁ ଆରମ୍ଭ ହେବ ରାଜ୍ୟର ସବୁଠାରୁ ବଡ଼ ନିବେଶ ମେଳା ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀର ତୃତୀୟ ସଂସ୍କରଣ । ରାଜଧାନୀର ଜନତା ମଇଦାନରେ ଜମିବ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ସମାଗମ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନକ୍ଲେଭର ଉଦଘାଟନ କରିବେ ।

ସୂଚନାଯୋଗ୍ୟ; ମେକ୍ ଇନ୍ ଓଡ଼ିଶାରେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତି ଯଥା ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିୱାସ ମିତଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ ମଙ୍ଗଳମ ବିର୍ଲା, ଜେଏସଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସପିଏଲ ଅଧ୍ୟକ୍ଷ ନଦୀବ ଜିନ୍ଦଲ, ଟାଟା ଷ୍ଟିଲ ଏମଡି ତଥା ସିଇଓ ଟି.ଭି ନରେନ୍ଦ୍ରନ୍ ଆଦି ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଶିଳ୍ପସଂଘ ଫିକି ସହଯୋଗରେ ଜନତା ମଇଦାନରେ ଡିସେମ୍ବର ୪ ତାରିଖ ଯାଏଁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ଆୟୋଜନ କରାଯାଇଛି ।

୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ହଜାରରୁ ଅଧିକ ପଂଜୀକରଣ ହୋଇଛି । ମୋଟ୍ ୩୮ଟି ଇଭେଣ୍ଟରେ ୧୨୪ଜଣ ବକ୍ତା ଯୋଗଦେବେ ।ତୃତୀୟ ସଂସ୍କରଣରେ ୬ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ । ୨୦୧୬ ଓ ୨୦୧୮ରେ ଅନୁଷ୍ଠିତ ସମ୍ମିଳନୀରେ ଆସିଥିବା ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ପ୍ରଥମ ସଂସ୍କରଣରେ ଓଡ଼ିଶାକୁ ୨ଲକ୍ଷ ୨୦ହଜାର କୋଟି ଏବଂ ଦ୍ୱିତୀୟ ସଂସ୍କରଣରେ ୪ଲକ୍ଷ ୨ହଜାର କୋଟିର ନିବେଶ ଆସିଥିଲା । କିନ୍ତୁ ଏଥର ନିବେଶରେ ଓଡ଼ିଶା ସାରା ଦେଶରେ ରେକର୍ଡ କରିବ ବୋଲି ରାଜ୍ୟ ସରକାର ଆଶା ବାନ୍ଧିଛନ୍ତି । ଚଳିତ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ପାଇଁ ଦୁବାଇ ଠାରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ, ଜାମନଗର ଓ କୋଏମ୍ବାଟୋରରୁ ନିବେଶକମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.