ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆଜିଠୁ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ

0

ଭୁବନେଶ୍ବର; ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ନୂଆ ଅଧ୍ୟାୟ ।ଆଜିଠୁ ଆରମ୍ଭ ହେବ ରାଜ୍ୟର ସବୁଠାରୁ ବଡ଼ ନିବେଶ ମେଳା ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀର ତୃତୀୟ ସଂସ୍କରଣ । ରାଜଧାନୀର ଜନତା ମଇଦାନରେ ଜମିବ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ସମାଗମ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନକ୍ଲେଭର ଉଦଘାଟନ କରିବେ ।

ସୂଚନାଯୋଗ୍ୟ; ମେକ୍ ଇନ୍ ଓଡ଼ିଶାରେ ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତି ଯଥା ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିୱାସ ମିତଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ ମଙ୍ଗଳମ ବିର୍ଲା, ଜେଏସଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସପିଏଲ ଅଧ୍ୟକ୍ଷ ନଦୀବ ଜିନ୍ଦଲ, ଟାଟା ଷ୍ଟିଲ ଏମଡି ତଥା ସିଇଓ ଟି.ଭି ନରେନ୍ଦ୍ରନ୍ ଆଦି ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ଶିଳ୍ପସଂଘ ଫିକି ସହଯୋଗରେ ଜନତା ମଇଦାନରେ ଡିସେମ୍ବର ୪ ତାରିଖ ଯାଏଁ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ଆୟୋଜନ କରାଯାଇଛି ।

୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ହଜାରରୁ ଅଧିକ ପଂଜୀକରଣ ହୋଇଛି । ମୋଟ୍ ୩୮ଟି ଇଭେଣ୍ଟରେ ୧୨୪ଜଣ ବକ୍ତା ଯୋଗଦେବେ ।ତୃତୀୟ ସଂସ୍କରଣରେ ୬ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଓଡ଼ିଶାକୁ ଆସିବ । ୨୦୧୬ ଓ ୨୦୧୮ରେ ଅନୁଷ୍ଠିତ ସମ୍ମିଳନୀରେ ଆସିଥିବା ନିବେଶ ପ୍ରସ୍ତାବ ତୁଳନାରେ ଏଥର ଅଧିକ ପ୍ରସ୍ତାବ ଆସିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

ପ୍ରଥମ ସଂସ୍କରଣରେ ଓଡ଼ିଶାକୁ ୨ଲକ୍ଷ ୨୦ହଜାର କୋଟି ଏବଂ ଦ୍ୱିତୀୟ ସଂସ୍କରଣରେ ୪ଲକ୍ଷ ୨ହଜାର କୋଟିର ନିବେଶ ଆସିଥିଲା । କିନ୍ତୁ ଏଥର ନିବେଶରେ ଓଡ଼ିଶା ସାରା ଦେଶରେ ରେକର୍ଡ କରିବ ବୋଲି ରାଜ୍ୟ ସରକାର ଆଶା ବାନ୍ଧିଛନ୍ତି । ଚଳିତ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ପାଇଁ ଦୁବାଇ ଠାରୁ ଆରମ୍ଭ କରି ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ, ଜାମନଗର ଓ କୋଏମ୍ବାଟୋରରୁ ନିବେଶକମାନଙ୍କୁ ଆମନ୍ତ୍ରଣ କରାଯାଇଛି ।

Leave A Reply

Your email address will not be published.