ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର

0

ଶ୍ରୀନଗର; ଆଜି ଜମ୍ମୁ ଓ କଶ୍ମୀରର ସିଧରାର ଆତ୍ମଗୋପନ କରିଥିବା ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।ଜମ୍ମୁ ଓ କଶ୍ମୀର ‘ଏଡିଜିପି’ କହିଛନ୍ତି ଯେ, ଗୁଳି ବିନିମୟ ଘଟିବା ସମୟରେ ଆତଙ୍କବାଦୀମାନେ ଗୋଟାଏ ଟ୍ରକ୍‌ରେ ଥିଲେ। ଏନ୍‌କାଉଣ୍ଟର୍‌ରେ ୩ଜଣଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ୩ ଜଣ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ ଲୁଚି ହମଲା କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଯାକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏନକାଉଣ୍ଟର ସ୍ଥଳରୁ ୩ ଆତଙ୍କୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ନିକଟରୁ ଏକେ ସିରିଜର ୩ଟି ବନ୍ଧୁକ ଓ ବିସ୍ଫୋରକ ଜବତ ହୋଇଛି। ଏଥିସହ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.