ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ମୁହାଁମୁହିଁ ହେବେ ୪ ଦଳ

0

ଭୁବନେଶ୍ବର; ହକି ବିଶ୍ବକପ୍ ୨୦୨୩, ଓଡ଼ିଶାରେ ଏହି ମ୍ୟାଚ୍ ଖେଳା ଯାଉଥିବାରୁ ଖେଳ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ମ୍ୟାଚ୍ ଦେଖିବା ପାଇଁ ଉଭୟ ବିର୍ସା ମୁଣ୍ଡାରେ ଓ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ସୁଅ ଛୁଟୁଛି । ଏହି ମହାସମର ମଧ୍ୟରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ହକି ବିଶ୍ବକପ୍ । ଚତୁର୍ଥ ଦିନରେ ଚାରୋଟି ମ୍ୟାଚ ଖେଳାଯିବ । ବିର୍ସା ମୁଣ୍ଡାରେ ଦୁଇଟି ଓ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ଦିନ ଗୋଟାଏରେ ମାଲେସିଆ ଓ ଚିଲି ମଧ୍ୟରେ ଟକ୍କର ହେବାକୁ ଥିବାବେଳେ ଦିନ ୩ଟାରେ ପୁଲ୍ ସିର ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ମ୍ୟାଚ ହେବ । ଏହି ଦୁଇଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡାରେ ଖେଳାଯିବ। ସେହିପରି କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୫ଟାରେ ହେବ ବଡ଼ ଟକ୍କର । ପୁଲ ଏର ଟିମ୍‌ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବ । ପରେ ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ ।

ତେବେ ଗତକାଲି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଟକ୍କରରେ ଟାଇ ରହିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର। ଉଭୟ ଟିମ୍କୁ ମିଳିଲା ଗୋଟିଏ ଲେଖାଏଁ ପଏଣ୍ଟ ।

Leave A Reply

Your email address will not be published.