ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୩-୦ରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ

0

ନ୍ୟୁଜ୍ ବ୍ୟୁରୋ; ତୃତୀୟ ଦିନିକିଆରେ ଭାରତର ବିରାଟ ବିଜୟ । ଟିମ୍‌ ଇଣ୍ଡିଆ ଘାତକ ବୋଲିଂ ଆଗରେ ଚିତପଟାଙ୍ଗ ମାରିଲା ସିଂହଳ ଟିମ୍ । ୩-୦ରେ ସିରିଜ୍ କବଜ୍ଜା କଲା ରୋହିତ ବାହିନୀ। ଭାରତ ଦେଇଥିବା ୩୯୧ ର ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଶେଷ ମ୍ୟାଚ୍‌ ଜିତିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ ଆଜିର ମ୍ୟାଚ୍‌ରେ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଓ ପ୍ଲେୟାର ଅଫ୍‌ ଦ ସିରିଜ୍ ଦୁଇଟି ଯାକ ଟାଇଟଲ ହାତେଇଛନ୍ତି ।

ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ସିଂହଳ ଟିମକୁ ମାତ ଦେବାକୁ ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ୍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ବ୍ୟାଟ୍ସ ମ୍ୟାନ୍‌ ମାନେ ମାତ୍ର ୨୨ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରିଥିଲେ। ମାତ୍ର ୩ ଜଣ ଶ୍ରୀଲଙ୍କା ଖେଳାଳି ୧୦ ରନ୍‌ ଡେଇଁ ପାରିପାରିଥିଲେ। ଦୁଇ ଓପନରଙ୍କୁ ମାତ୍ର ୨୨ ରନ୍‌ ଭିତରେ ସିରାଜ୍ ଆଉଟ୍ କରି ପାଭିଲିୟନ ରାସ୍ତା ଦେଖାଇବା ପଛେପଛେ ଗୋଟିଏ ପରେ ଗୋଟିଏ ୱିକେଟ ପଡ଼ି ଚାଲିଥିଲା। ଏହାପରେ ଟିମ ଇଣ୍ଡିଆଠାରୁ ହାରି ଥିଲା ଶ୍ରୀଲଙ୍କା ।
ଆଜିର ମ୍ୟାଚରେ ବିରାଟ କୋହଲି, ଶୁଭମାନ ଗିଲ ବ୍ୟାଟରେ ନିଜର ଦବଦବା ଦେଖାଇଥିଲେ । ଦଳ ପକ୍ଷରୁ କୋହଲି ୧୬୬, ଶୁଭମାନ ଗିଲ ୧୧୬ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସିରାଜଙ୍କ ବୋଲିଂ ସାମ୍ନାରେ ଛିଡା ହୋଇପାରିନଥିଲା ସିଂହଳ ବାହିନୀ । ମାତ୍ର ୨୨ ଓଭରରେ ୭୩ ରନରେ ଅଲଆଉଟ ହୋଇଥିଲା ଦଳ ।

Leave A Reply

Your email address will not be published.