ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ବିଶ୍ୱ ଆତଙ୍କବାଦୀ ଘୋଷିତ ହେଲା ଅବଦୁଲ ରେହମାନ

0

ନୂଆଦିଲ୍ଲୀ; ବିଶ୍ୱ ଆତଙ୍କବାଦୀ ଘୋଷିତ ହେଲା ଅବଦୁଲ ରେହମାନ ମକ୍କି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ତାକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରାଯାଇଛି। ମକ୍କି ହେଉଛି ୨୬/୧୧ ମୁମ୍ବାଇ ଆକ୍ରମଣର ଘଟଣାର ମାଷ୍ଟର ମାଇଣ୍ଡ ।

ସୂଚନାଯୋଗ୍ୟ ଯେ, ଭାରତର ଜମ୍ମୁ କଶ୍ମୀରରେ ବିଭିନ୍ନ ପ୍ରକାର ଅରାଜକତା କରିବାରେ ଅବଦୁଲ ରେହମାନର ହାତ ରହିଛି। ଏହା ଜଣାପଡିବା ପରେ ଭାରତ ପକ୍ଷରୁ ଆତଙ୍କବାଦୀ ତାଲିକାରେ ତା ନାମ ଯୋଡାଯାଇଥିଲା। ଏହାପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତବର୍ଷ ଜୁନରେ ଅବଦୁଲ ରେହମାନଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ଅଟକାଇ ଦେଇଥିଲା। କିନ୍ତୁ ଏଥର ଚୀନ୍ ମଧ୍ୟ ପାକିସ୍ତାନକୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦେଇଛି। ଚୀନ୍ ଏଥର ନିଜ ଭିଟୋ ଶକ୍ତି ବ୍ୟବହାର କରିନାହିଁ। ଏହାପୂର୍ବରୁ ଚୀନ୍ ଥରେ ମକ୍କିଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷିତରୁ ରକ୍ଷା କରିଛି।

ତେବେ ଅବଦୁଲ ରେହମାନ ମକ୍କି ହେଉଛି କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ଭିଣେଇ। ସେ ଲସ୍କର-ଇ-ତୋଇବା ତଥା ଜମାତ-ଉତ-ଦାବାର ପଲିଟିକାଲ ୱିଙ୍ଗ କମାଣ୍ଟର। ସେ ଲସ୍କର-ଇ-ତୋଇବାର ଅନ୍ତରାଷ୍ଟ୍ରୀୟ ମାମଲାର ପ୍ରମୁଖ ମଧ୍ୟ। ଅବଦୁଲ ରେହମାନ ଭାରତର ଜମ୍ମୁ କଶ୍ମୀର ସମେତ ଦେଶର ଅନେକ ସ୍ଥାନରେ ଆତଙ୍କବାଦୀ ଘଟଣା ଘଟାଇଛି। ଆତଙ୍କବାଦୀମାନଙ୍କୁ ନିଜ କ୍ୟାମ୍ପରେ ଭର୍ତ୍ତି କରାଇବା ଓ ସେମାନଙ୍କୁ ଟ୍ରେନିଂ ଦେବା ସହ ଟେରର୍ ଫଣ୍ଡିଂ ତା’ର ମୁଖ୍ୟ କାମ। ୨୦୦୦ ମସିହାରେ ଦିଲ୍ଲୀ ଲାଲ କିଲା ଓ ୨୦୦୮ରେ ରାମପୁର କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଅବଦୁଲର ହାତ ଥିଲା।

Leave A Reply

Your email address will not be published.