ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ

0

ଭୁବନେଶ୍ବର: ମାଲେସିଆକୁ ହରାଇ ସ୍ପେନ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ୍‌ ମଧ୍ୟରେ ରବିବାର ହକି ବିଶ୍ବକପ୍‌ରେ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯାଇଛି। ଏହି ମ୍ୟାଚ୍ ରେ ମାଲେସିଆକୁ ସ୍ପେନ୍‌ ପରାସ୍ତ କରିବା ସହ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି। ସ୍ପେନ୍‌ ଆସନ୍ତା ୨୪ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

ସୂଚନାଯୋଗ; ଆଜି କଳିଙ୍ଗ ଷ୍ଟାଡିୟମରେ ମାଲେସିଆ ଓ ସ୍ପେନ ମଧ୍ୟରେ ହୋଇଥିବା ମୁକାବିଲାର ପ୍ରଥମ ୨ଟି କ୍ବାର୍ଟରରେ ଉଭୟ ଦଳର ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଫଳ ସ୍ବରୂପ କୌଣସି ଟିମ୍‌ ଗୋଲ୍‌ ଦେଇପାରି ନଥିଲେ। କିନ୍ତୁ ତୃତୀୟ କ୍ବାର୍ଟର ବେଳକୁ ମାଲେସିଆ ଠାରୁ ଗୋଟିଏ ଗୋଲ୍‌ ପାଇବା ପରେ ସ୍ପେନ୍‌ ଲଗାତାର ଆକ୍ରମଣ କରିଥିଲା। କ୍ବାର୍ଟର ୩ ମ୍ୟାଚରେ ମାଲେସିଆ ପକ୍ଷରୁ ୩୪ ମିନିଟ୍‌ରେ ସାରି ଫୈଜଲ ଗୋଟିଏ ଗୋଲ ଦେଇଥିଲେ। ଜବାବରେ ସ୍ପେନ୍‌ ପକ୍ଷରୁ ୪୦ ଓ ୪୧ ମିନିଟରେ ମିରାଲେସ୍‌ ମାର୍କ ଓ ଗିସପର୍ଟ ଜାଭିୟର ଲଗାତାର ୨ଟି ଗୋଲ୍‌ ଦେଇ ମ୍ୟାଚ୍‌କୁ ୨-୧ରେ ଅଗ୍ରଣୀ କରାଇଥିଲେ।

ସେହିପରି ମ୍ୟାଚର ୪ର୍ଥ କ୍ବାର୍ଟରେ ଉଭୟ ମାଲେସିଆ ଓ ସ୍ପେନ ଜୋରଦାର ଲଢ଼େଇ କରିଥିଲେ। ମାଲେସିଆ ୪୮ ମିନିଟରେ ଏକ ଗୋଲ୍‌ ଦେଇ ବିରୋଧୀ ଦଳର ସମକକ୍ଷ ହୋଇଥିଲା। କିନ୍ତୁ ଶେଷରେ ସ୍ପେନ ବାଜି ମାରି ନେବା ସହ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛି।

Leave A Reply

Your email address will not be published.