ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

କ୍ରିକେଟର୍ କେଏଲ୍ ରାହୁଲଙ୍କ ହାତ ଧରିବେ ଆଥିୟା

0

ମୁମ୍ବାଇ; ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟୀ। କ୍ରିକେଟର୍ କେଏଲ୍ ରାହୁଲଙ୍କ ହାତ ଧରିବେ ଆଥୟା ଶେଟ୍ଟୀ। ସରିଲାଣି ସଙ୍ଗୀତ ସେରେମୋନି, ଆଜି ବିବାହ। ରବିବାର ଆଥିୟା ଓ କେଏଲ୍ ରାହୁଲଙ୍କ ସଙ୍ଗୀତ ସେରେମୋନି ଥିଲା। ରିପୋର୍ଟ ଅନୁଯାୟୀ, ରାହୁଲ-ଆଥୟାଙ୍କ ବିବାହରେ ନୋ ଫୋନ୍ ପଲିସି ଲାଗୁ କରାଯାଇଛି। କୌଣସି ବି ଅତିଥିଙ୍କୁ ଫୋନ୍ ଭିତରକୁ ନେବାକୁ ପରମିସନ ନଥିଲା। କିନ୍ତୁ ଏହା ସତ୍ତ୍ୱେ ବି ଆଥିଆ-ରାହୁଲଙ୍କ ସଙ୍ଗୀତ ସେରେମୋନିର ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଭିଡିଓରେ ସୁନୀଲ ଶେଟ୍ଟୀଙ୍କ ଖଣ୍ଡଲା ସ୍ଥିତ ବଙ୍ଗଳା ଲାଇଟ୍‌ରେ ସଜେଇ ହୋଇଛି। ଆଥିଆ ଓ ରାହୁଲଙ୍କ ୱେଡିଂ ଭେନ୍ୟୁରେ ଅତିଥିଙ୍କ ଭିଡ ମଧ୍ୟ ଜମିଛି। ସମସ୍ତ ଅତିଥି ଟ୍ରାଡିସନାଲ ଆଉଟଫିଟ୍‌ରେ ନଜର ଆସିଛନ୍ତି। ଉକ୍ତ ଭିଡିଓଟି ଆଥିଆ-ରାହୁଲଙ୍କ ସଙ୍ଗୀତ ସେରେମୋନିର ବୋଲି କୁହାଯାଉଛି। ଭିଡିଓରେ ଅତିଥିମାନେ ଡିଜେର ତାଳେ ତାଳେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସମସ୍ତେ ବିବାହ ଉତ୍ସବରେ ମସଗୁଲ ଅଛନ୍ତି। 

ଏହି ହାଇପ୍ରୋଫାଇଲ୍ ବିବାହରେ ଯୋଗ ଦେବା ପାଇଁ ସମସ୍ତ ଅତିଥି ପହଞ୍ଚି ସାରିଲେଣି। ସୋଶାଲ ମିଡିଆରେ  ଅତିଥିଙ୍କ ଫଟୋ ଭାଇରାଲ ହେଉଛି। ଏହି ଷ୍ଟାର୍ ଦମ୍ପତ୍ତିଙ୍କ ସଙ୍ଗୀତ ସେରେମୋନିରେ ଯୋଗ ଦେବା ପାଇଁ ପଞ୍ଜାବୀ ସିଙ୍ଗର ଓ ଅଭିନେତା ଗିପ୍ପି ଗରେୱାଲ, ଅର୍ଜୁନ କପୁର ପ୍ରମୁଖ ପହଞ୍ଚିଥିଲା। 
ରିପୋର୍ଟ ମୁତାବକ, ଆଥିଆ ଓ କେଏଲ୍ ରାହୁଲ ଆଜି ମଧ୍ୟାହ୍ନ ୪ଟାରେ ପରିବାର ଲୋକ ଓ ବନ୍ଧୁବାନ୍ଧକଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେବେ।

Leave A Reply

Your email address will not be published.