ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ବ୍ରିଜ ଉପରୁ ବସ୍ ଖସି ୨ ମୃତ,୩୦ ଗୁରୁତର

0

ଢେଙ୍କାନାଳ; ବିଳମ୍ବିତ ରାତିରେ ପଞ୍ଚୁପଟି ବ୍ରିଜ ଉପରୁ ତଳକୁ ଖସିପଡିଛି ଏକ ଟୁରିଷ୍ଟ ବସ୍।ଘଟଣାସ୍ଥଳରେ ହିଁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରେଣୁବାଳା ସ୍ବାଇଁ ଓ ବିଜୟଲକ୍ଷ୍ମୀ ଜେନା । ଏହି ଦୁର୍ଘଟଣାରେ ୩୦ଜଣ ଆହତ ହୋଇଛନ୍ତି। ୫ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୨୫ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସଚନାନୁଯାୟୀ: କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗାଁରୁ ୪୫ଜଣ ଯାତ୍ରୀ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ବୁଲିବା ପାଇଁ ଯାଇଥିଲେ। ଗତ ରାତିରେ ବସ୍‌ଟି ୫୫ନଂ ଜାତୀୟ ରାଜପଥ ସିମିନଈ ପଞ୍ଚୁବଟି ନିକଟରେ ଏକ ବ୍ରିଜ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ବ୍ରିଜ ଉପରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ସାଇଟ ବାଡ ଭାଙ୍ଗି କେନାଲକୁ ଖସି ପଡ଼ିଥିଲା।

ଘଟଣାସ୍ଥଳରେ ହିଁ  କେନ୍ଦ୍ରାପଡା ଇଛାପୁର ଗାଁର ରେଣୁବାଳା ଜେନା ଓ ବିଜୟଲକ୍ଷ୍ମୀ ସ୍ୱାଇଁଙ୍କ  ମୃତ୍ୟୁ ହୋଇଛି।  ଖବର ପାଇ ତୁରନ୍ତ ପୁଲିସ୍‌, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତିରେ ଏହି ଦୁର୍ଘଟଣା ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୫ ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.