ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ଆଜି ଗାନ୍ଧୀମାର୍ଗରେ ହେଲା ଫୁଲଡ୍ରେସ ରିହର୍ସାଲ

0

ଭୁବନେଶ୍ବର; ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ଦୁଇ ବର୍ଷ ପରେ ବିନା କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ ପରେଡ୍। ଏଥିପାଇଁ ଆଜି ଗାନ୍ଧୀମାର୍ଗରେ ହେଲା ଫୁଲଡ୍ରେସ ରିହର୍ସାଲ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ହୋଇଛି ଫାଇନାଲ ପ୍ରାକ୍ଟିସ୍ ।ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ ଜାରି ରହିଛି।

ଏହି ରିଅର୍ସାଲରେ ଭାଗ ନେଇଛନ୍ତି ପ୍ରାୟ ୫୦ଟି ଗ୍ରୁଫ। ପୁଲିସ, ସଶସ୍ତ୍ର ବାହିନୀ, କମାଣ୍ଡୋ, ଆନ୍ଧ୍ର ପୋଲିସର ଗୋଟିଏ ଗ୍ରୁଫ, ସିଭିଲିଆନଙ୍କ ଅଂଶ ଗ୍ରହଣ ରହିଛି। ଏହା ବ୍ୟତୀତ ବାଇକରେ ଡେୟାରଡେଭିଲ ଦୁଃଶାହସିକ କଳା ପ୍ରଦର୍ଶନ ସମେତ ଓଡିଶା ସ୍କେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ରିହାରସେଲ କରାଯାଇଛି । ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ରାଜ୍ୟର ଲୋକକଳା, ପାରମ୍ପରିକ ବାଦ୍ୟ, ବାଘନାଚ, ଭାଲୁ ନାଚ ପ୍ରଦର୍ଶନ ହୋଇଛି। ୨ଶହ ବଛାବଛା ଅଧିକାରୀ ଓ ବନ୍ଧୁକଧାରୀ ପୋଲିସ ନିୟୋଜିତ ହେବେ । ଚଳିତ ବର୍ଷ ପରେଡ କମାଣ୍ଡିଂ କରୁଛନ୍ତି କେସିଙ୍ଗା ଏସଡିପିଓ ୟସପ୍ରତାପ ଶ୍ରୀମାଲ। 

ରାଜ୍ୟପାଳ ଫେସର ଗଣେସୀ ଲାଲ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ ମୁତୟନ ରହିବେ।


Leave A Reply

Your email address will not be published.