ଇନ୍ଦୋର : ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତି ଯାଇଛି ଭାରତ। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳା ଯାଇଥିବା ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ ।ଭାରତ ପୂର୍ବରୁ ଏହି ସିରିଜ୍କୁ ୨-୦ରେ ଜିତି ସାରିଥିବାରୁ ଆଜି ନିର୍ଭୟରେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ୧୦୧, ଶୁବମନ ଗିଲଙ୍କ ୧୧୨ ଓ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୫୪ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୮୫ ରନ କରିଥିଲା।
ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଦେଓ୍ବନ କନଓ୍ବେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ରୋହିତ ଶର୍ମା ୧୦୧ ରନ କରି ଆଉଟ ହୋଇଥିବାବେଳେ ଶୁଭମନ୍ ୧୧୨ ରନ କରି ଆଉଟ ହୋଇଛନ୍ତି । ରୋହିତ ୮୫ଟି ବଲ ଖେଳି ୧୦୧ କରିଥିବାବେଳେ ଶୁଭମନ ୧୧୨ ରନ କରିବା ପାଇଁ ୭୮ଟି ବଲ ଖେଳିଥିଲେ । ତେବେ ଦୁଇ ଓପନର ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ବିରାଟ କୋହଲି ୩୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୪ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୮୫ ରନ କରିଥିଲା ।