ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ପରଲୋକରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବାଣୀ ଜୟରାମ

0

ଭୁବନେଶ୍ବର; ପରଲୋକରେ ପ୍ରସିଦ୍ଧ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ବାଣୀ ଜୟରାମ । ୭୮ ବର୍ଷ ବୟସରେ ତାଙ୍କ ଚେନ୍ନାଇରେ ପରଲୋକ ହୋଇଯାଇଛି। ତେବେ କଳା କ୍ଷେତ୍ରରେ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ । ତାଙ୍କୁ କୁହାଯାଉଥିଲା ଭାରତୀୟ ସଙ୍ଗୀତ ଜଗତର ମୀରା । ହଠାତ୍ ବାଣୀ ଜୟରାମଙ୍କ ପରଲୋକ ଖବର ପ୍ରଂଶସକଙ୍କୁ ଶକ୍ତ ଧକ୍କା ଦେଇଛି ।

ଉଲ୍ଲେଖଯୋଗ୍ୟ; ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ବାଣୀ ଜୟରାମ ଇହଲୀଳା ସମ୍ବରଣ କରିଛନ୍ତି । ଓଡ଼ିଆ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଆଦି ୧୮ଟି ଭାଷାରେ ହଜାର ହଜାର ସଙ୍ଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ । ୧୯୭୧ମସିହାରେ, ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ ହୋଇଥିଲା ଓ ବାଣୀ ଜୟରାମଙ୍କୁ ସମଗ୍ର ଦେଶରେ ଖୁବ ପରିଚିତି ଆଣିଦେଇଥିଲା ।

ବାଣୀ ଜୟରାମ ଦକ୍ଷିଣ ଭାରତର ବିଭିନ୍ନ ଭାଷା ସହ ହିନ୍ଦୀ ଓ ଓଡିଆରେ ବି ଅନେକ ଗୀତ ଗାଇଛନ୍ତି । ହିନ୍ଦୀ , ଓଡିଆ ସମେତ ଅନେକ ଭାରତୀୟ ଭାଷାରେ ବାଣୀ ଜୟରାମ ୧୦ ହଜାରରୁ ଅଧିକ ଗୀତ ରେକର୍ଡ କରିଥିଲେ । ଓଡିଆରେ ବାଣୀ ଜୟରାମଙ୍କ ଅନେକ ଗୀତ ରହିଛି, ଯାହାକୁ ଆଜି ବି ଲୋକେ ଗୁଣୁଗୁଣାଇଥାନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଟାପୁରୁ, ଗୌରୀର ଟାଇଟଲ ଗୀତ , ସତୀ ଅନୁସୟାର ଏଇ ଝିଅଟିର ପାଦଟଳମଳ ଓ ଅଲିଭା ଦାଗର ଆହା କି ବଢିଆ ଯୋଡି ତୋର ମୋର ଭଳି ଗୀତ ।

୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶଙ୍ଖ ମହୂରୀରେ ସେ ଗାଇବାର ସୁଯୋଗ ପାଇଥିଲେ ଓ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ଏହାପରେ ବଳିଦାନ, ତପସ୍ୟା, ଶଙ୍ଖା ସିନ୍ଦୂର ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି । ୧୯୮୧ରେ ନିର୍ମିତ ଦେବଯାନୀ ଚଳଚ୍ଚିତ୍ର ପାଇଁ, ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

Leave A Reply

Your email address will not be published.