ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପରଲୋକରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ବାଣୀ ଜୟରାମ

0

ଭୁବନେଶ୍ବର; ପରଲୋକରେ ପ୍ରସିଦ୍ଧ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ବାଣୀ ଜୟରାମ । ୭୮ ବର୍ଷ ବୟସରେ ତାଙ୍କ ଚେନ୍ନାଇରେ ପରଲୋକ ହୋଇଯାଇଛି। ତେବେ କଳା କ୍ଷେତ୍ରରେ ଅବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ । ତାଙ୍କୁ କୁହାଯାଉଥିଲା ଭାରତୀୟ ସଙ୍ଗୀତ ଜଗତର ମୀରା । ହଠାତ୍ ବାଣୀ ଜୟରାମଙ୍କ ପରଲୋକ ଖବର ପ୍ରଂଶସକଙ୍କୁ ଶକ୍ତ ଧକ୍କା ଦେଇଛି ।

ଉଲ୍ଲେଖଯୋଗ୍ୟ; ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ବାଣୀ ଜୟରାମ ଇହଲୀଳା ସମ୍ବରଣ କରିଛନ୍ତି । ଓଡ଼ିଆ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଆଦି ୧୮ଟି ଭାଷାରେ ହଜାର ହଜାର ସଙ୍ଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ । ୧୯୭୧ମସିହାରେ, ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ ହୋଇଥିଲା ଓ ବାଣୀ ଜୟରାମଙ୍କୁ ସମଗ୍ର ଦେଶରେ ଖୁବ ପରିଚିତି ଆଣିଦେଇଥିଲା ।

ବାଣୀ ଜୟରାମ ଦକ୍ଷିଣ ଭାରତର ବିଭିନ୍ନ ଭାଷା ସହ ହିନ୍ଦୀ ଓ ଓଡିଆରେ ବି ଅନେକ ଗୀତ ଗାଇଛନ୍ତି । ହିନ୍ଦୀ , ଓଡିଆ ସମେତ ଅନେକ ଭାରତୀୟ ଭାଷାରେ ବାଣୀ ଜୟରାମ ୧୦ ହଜାରରୁ ଅଧିକ ଗୀତ ରେକର୍ଡ କରିଥିଲେ । ଓଡିଆରେ ବାଣୀ ଜୟରାମଙ୍କ ଅନେକ ଗୀତ ରହିଛି, ଯାହାକୁ ଆଜି ବି ଲୋକେ ଗୁଣୁଗୁଣାଇଥାନ୍ତି । ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଟାପୁରୁ, ଗୌରୀର ଟାଇଟଲ ଗୀତ , ସତୀ ଅନୁସୟାର ଏଇ ଝିଅଟିର ପାଦଟଳମଳ ଓ ଅଲିଭା ଦାଗର ଆହା କି ବଢିଆ ଯୋଡି ତୋର ମୋର ଭଳି ଗୀତ ।

୧୯୭୮ ମସିହାରେ ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଶଙ୍ଖ ମହୂରୀରେ ସେ ଗାଇବାର ସୁଯୋଗ ପାଇଥିଲେ ଓ ଓଡ଼ିଆ ଦର୍ଶକମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଥିଲେ । ଏହାପରେ ବଳିଦାନ, ତପସ୍ୟା, ଶଙ୍ଖା ସିନ୍ଦୂର ଆଦି ବହୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସେ କଣ୍ଠଦାନ କରିଛନ୍ତି । ୧୯୮୧ରେ ନିର୍ମିତ ଦେବଯାନୀ ଚଳଚ୍ଚିତ୍ର ପାଇଁ, ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

Leave A Reply

Your email address will not be published.