ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ

0

ଝାରସୁଗୁଡା; ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ସେହି ଗୁଳିକୁ ଖୋଜିବାରେ ସମର୍ଥ ହୋଇଛି ତଦନ୍ତକାରୀ ଦଳ। ନବ ଦାସଙ୍କୁ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି ମାରି ହତ୍ୟା କରିବା ପରେ ଏବେ ରାଜ୍ୟରେ ସେହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ବିଳମ୍ବିତ ରାତିରେ ନବ ଦାସ ବ୍ୟବହାର କରୁଥିବା ଇନୋଭା କାରରୁ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ଏହା ଏକ ବଡ଼ ପ୍ରମାଣ ହେବ ବୋଲି ଆଶା କରାଯାଉଛି।

ଜବତ ଗୁଳି ନବ କିଶୋରଙ୍କ ଦେହରେ ବାଜିଥିଲା ନା ନାହିଁ ତାହା ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଫାରୋ ମେସିନ ଥ୍ରୀଡି ସ୍କାନର ମେସିନ ସାହାଯ୍ୟରେ ମିଳିଛି ଗୁଳି । ୨ ଦିନ ଧରି କ୍ରାଇମବ୍ରାଞ୍ଚ ଓ ଫରେନ୍ସିକ ଟିମ୍ କାର୍‌ ଯାଞ୍ଚ କରୁଥିଲେ । ଗତକାଲି କାରରୁ ଗୋଟିଏ ଗୁଳି ମିଳିଛି । ପୂର୍ବରୁ ଗୁଳିର ଖୋକା ମିଳିଥିଲା। ଏବେ ଗୁଳି ମିଳିବା ପରେ ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବାରେ କ୍ରାଇମବ୍ରାଞ୍ଚକୁ ବଡ ସହାୟକ ହେବ।

ସେପଟେ ଗୋପାଳକୃଷ୍ଣର ନିକଟ ସମ୍ପର୍କୀୟଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ସେହିପରି ଫରେନସିକ ଲ୍ୟାବକୁ ପଠାଯାଇଛି ମୃତକଙ୍କ ଭିସେରା ରିପୋର୍ଟ । ଅଭିଯୁକ୍ତର ତଥ୍ୟ ଆଧାରରେ ଝାରସୁଗୁଡ଼ା ବିମାନ ବନ୍ଦର ପାଇଖାନା ଟାଙ୍କିରୁ କାଗଜ ଖଣ୍ଡ ଜବତ ହୋଇଛି । ହାତଲେଖା କାଗଜ ଖଣ୍ଡ ଗୁଡିକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.