ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ତୁର୍କୀରେ ଭୀଷଣ ଭୂମିକମ୍ପ

0

ନୂଆଦିଲ୍ଲୀ: ସୋମବାର ସକାଳୁ ଗାଜିଆନ୍ତେପ୍ ନିକଟ ଦକ୍ଷିଣ ତୁର୍କୀରେ ଭୂକମ୍ପ ହେବା ପରେ ପରେ ପୁଣି ଥରେ ତୀବ୍ର କମ୍ପନ ଅନୁଭୂତ ହୋଇଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) କହିଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ଥିବା ୟୁଏସ୍ ଜିଓଲୋଜିକାଲ ସର୍ଭିସ ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପ ଯୋଗୁ ୧୬ଟି ବହୁତଳ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଭୂମିକମ୍ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀର ବିଭିନ୍ନ ସହରରେ କୋଠା ଭୁଶୁଡ଼ିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିଲେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

ସୂଚନାନୁସାରେ; ‘ୟୁଏସ୍‌ଜିଏସ୍‌’ ତଥ୍ୟାବଳି ଅନୁସାରେ, ଗାଜିଆନତେପ୍‌ ପ୍ରଦେଶର ନୁର୍ଦାଗି ନଗରୀର ପୂର୍ବକୁ ୨୬ କିଲୋମିଟର୍‌ ଦୂରରେ ଭୂଗର୍ଭର ୧୭.୯ କି.ମି. ଅଭ୍ୟନ୍ତରରେ ପ୍ରଥମ ଭୂମିକମ୍ପଟି ସଂଘଠିତ ହୋଇଥିଲା। ଏହାର କେଇ ମୁହୂର୍ତ୍ତ ପରେ କେନ୍ଦ୍ରୀୟ ତୁର୍କୀରେ ଭୂଗର୍ଭର ୯.୯ କିଲୋମିଟର୍‌ ଅଭ୍ୟନ୍ତରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା।

ଏହି ଭୂମିକମ୍ପ ଅନେକ କୋଠାବାଡ଼ି ଧ୍ବଂସ ହୋଇଯିବା ସହିତ ବହୁ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିଲେ ସୁଦ୍ଧା ସରକାରୀ ଭାବେ କୌଣସି ସୂଚନା ମିଳିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା କେତେକ ଭିଡିଓରେ ଦେଖାଯାଉଛି ଯେ, କୋଠାବାଡ଼ି ଭାଙ୍ଗି ଚୂରମାର୍‌ ହୋଇଯାଉଥିବା ବେଳେ ଜୀବନ ବିକଳରେ ଲୋକମାନେ ଏଣେତେଣେ ଦୌଡୁଛନ୍ତି। ‘ବିଏନ୍‌ଓ ନିଉଜ୍‌’ ରିପୋର୍ଟ କରିଛି ଯେ, ଭୂମିକମ୍ପ ଯୋଗୁଁ ଏକାଧିକ ଅଟ୍ଟାଳିକା ଭାଙ୍ଗିଯାଇଛି ଏବଂ ତା’ର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ତେବେ ଭୂମିକମ୍ପ ଯୋଗୁଁ ସୁଦୂର ସିରିୟା ଓ ୟେମେନ୍‌ରେ ମଧ୍ୟ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.