ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ତୁର୍କୀରେ ଭୀଷଣ ଭୂମିକମ୍ପ

0

ନୂଆଦିଲ୍ଲୀ: ସୋମବାର ସକାଳୁ ଗାଜିଆନ୍ତେପ୍ ନିକଟ ଦକ୍ଷିଣ ତୁର୍କୀରେ ଭୂକମ୍ପ ହେବା ପରେ ପରେ ପୁଣି ଥରେ ତୀବ୍ର କମ୍ପନ ଅନୁଭୂତ ହୋଇଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ (ୟୁଏସ୍‌ଜିଏସ୍‌) କହିଛି। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ଥିବା ୟୁଏସ୍ ଜିଓଲୋଜିକାଲ ସର୍ଭିସ ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପ ଯୋଗୁ ୧୬ଟି ବହୁତଳ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଭୂମିକମ୍ପରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀର ବିଭିନ୍ନ ସହରରେ କୋଠା ଭୁଶୁଡ଼ିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିଲେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି ।

ସୂଚନାନୁସାରେ; ‘ୟୁଏସ୍‌ଜିଏସ୍‌’ ତଥ୍ୟାବଳି ଅନୁସାରେ, ଗାଜିଆନତେପ୍‌ ପ୍ରଦେଶର ନୁର୍ଦାଗି ନଗରୀର ପୂର୍ବକୁ ୨୬ କିଲୋମିଟର୍‌ ଦୂରରେ ଭୂଗର୍ଭର ୧୭.୯ କି.ମି. ଅଭ୍ୟନ୍ତରରେ ପ୍ରଥମ ଭୂମିକମ୍ପଟି ସଂଘଠିତ ହୋଇଥିଲା। ଏହାର କେଇ ମୁହୂର୍ତ୍ତ ପରେ କେନ୍ଦ୍ରୀୟ ତୁର୍କୀରେ ଭୂଗର୍ଭର ୯.୯ କିଲୋମିଟର୍‌ ଅଭ୍ୟନ୍ତରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା।

ଏହି ଭୂମିକମ୍ପ ଅନେକ କୋଠାବାଡ଼ି ଧ୍ବଂସ ହୋଇଯିବା ସହିତ ବହୁ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଥିଲେ ସୁଦ୍ଧା ସରକାରୀ ଭାବେ କୌଣସି ସୂଚନା ମିଳିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରଣ ହେଉଥିବା କେତେକ ଭିଡିଓରେ ଦେଖାଯାଉଛି ଯେ, କୋଠାବାଡ଼ି ଭାଙ୍ଗି ଚୂରମାର୍‌ ହୋଇଯାଉଥିବା ବେଳେ ଜୀବନ ବିକଳରେ ଲୋକମାନେ ଏଣେତେଣେ ଦୌଡୁଛନ୍ତି। ‘ବିଏନ୍‌ଓ ନିଉଜ୍‌’ ରିପୋର୍ଟ କରିଛି ଯେ, ଭୂମିକମ୍ପ ଯୋଗୁଁ ଏକାଧିକ ଅଟ୍ଟାଳିକା ଭାଙ୍ଗିଯାଇଛି ଏବଂ ତା’ର ଭଗ୍ନସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ତେବେ ଭୂମିକମ୍ପ ଯୋଗୁଁ ସୁଦୂର ସିରିୟା ଓ ୟେମେନ୍‌ରେ ମଧ୍ୟ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.