ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସୁନ୍ଦରଗଡରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ୫-ଟି ସଚିବ

0

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଦିନ ତମାମ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସକାଳୁ ସଞ୍ଜ ଯାଏ ବିଶ୍ରାମ ନନେଇ ଗୋଟିଏ ବ୍ଲକରୁ ଆଉ ଗୋଟିଏ ବ୍ଲକ ବୁଲିବୁଲି ସମସ୍ୟା ଶୁଣିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ । ପ୍ରଥମେ ଗୁରୁଣ୍ଡିଆ ବ୍ଲକ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ ।

ସମସ୍ୟା ବୁଝିବା ସହ ପିଲାମାନଙ୍କୁ ଦେଇଥିଲେ ସମାଧାନ ପ୍ରତିଶ୍ରୁତି । ପରେ ବଣାଇ ବ୍ଲକ ତୁମକେଲାରେ ବିଜୁ ସେତୁ ନିର୍ମାଣର ଅନୁଧ୍ୟାନ କରି ବାଣେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଥିଲେ ଫାଇଭ-ଟି ସଚିବ। ପରେ ମିଶନ ଶକ୍ତି କାଫେ ଗସ୍ତ କରିଥିଲେ ଫାଇଭ-ଟି ସଚିବ । କାଫେରେ ମାଆଙ୍କ ହାତରନ୍ଧା ଖାଇ ସେମାନଙ୍କୁ ପ୍ରଶଂସା କରିଥିଲେ । ଖାଦ୍ୟର ଉଚିତ ଦାମ ଦେବା ସହିତ ମହିଳାଙ୍କ ସହ ଫଟୋ ଉଠାଇ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସେଠାରୁ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ ।

ପରେ ବଇଦପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍ମାର୍ଟ କ୍ଲାସ ରୁମରେ ପିଲାମାନଙ୍କ ସହ କଥା ହୋଇଥିଲେ । କୋଇଡ଼ା ବ୍ଲକର ଗୋପବନ୍ଧୁ ହାଇସ୍କୁଲ, ଡିଗ୍ରୀ କଲେଜ ଓ ଆଇଟିଆଇରେ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ବିରମିତ୍ରପୁର ଯାଇ ନୂଆ ବସଷ୍ଟାଣ୍ଡ, ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟର ସମୀକ୍ଷା କରିଥିଲେ ଫାଇଭ-ଟି ସଚିବ । ଚମ୍ପୁ ତଲାବର ସୌନ୍ଦର୍ଯ୍ୟକରଣର ଅନୁଧ୍ୟାନ କରି ଏସଏଚଜି ଦ୍ବାରା ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ ପାଣ୍ଡିଆନ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ବିତାଇଥିଲେ ।

ଶେଷରେ ରାଉରକେଲା ମହାନଗର ନିଗମରେ ପହଞ୍ଚି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ସଂଗଠନ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନର ପ୍ରତିଶ୍ରୁତି ଦେଇଥିଲେ ଫାଇଭ ଟି ସଚିବ ।ଆଜି ରାଉରକେଲାରେ ବିଭିନ୍ନ ବ୍ଲକ ଗସ୍ତ କରିବା ପରେ ହକି ତାଲିମ କେନ୍ଦ୍ର ପରିଦର୍ଶନ କରି ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ

Leave A Reply

Your email address will not be published.