ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏଚ୩ଏନ୨ ଭାଇରସକୁ ନେଇ ସର୍ତକ କଲା ଜନସ୍ବାସ୍ଥ୍ୟ ବିଭାଗ

0

ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ଏଚ୩ଏନ୨ ଭାଇରସ। ସବୁ ଜିଲ୍ଲାର ସିଡିଏମଓ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ । ଭାଇରସ ସଂକ୍ରମଣ ଭିତରେ ପୁଣି ଘାରିଲା କୋଭିଡ ଭୟ। ତେଣୁ ଥଣ୍ଡା କାଶ ହୋଇଥିଲେ କୋଭିଡ ଟେଷ୍ଟ କରିବାକୁ କୁହାଯାଇଛି ।

ସର୍ଭିଲାନ୍ସ ବଢାଇବା ସହ ଅକ୍ସିଜେନ ଓ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ଇଂଫ୍ଲୁଏଞ୍ଜାର ନାହିଁ ନିର୍ଦ୍ଧିଷ୍ଟ ଚିକିତ୍ସା । ଜର କାଶ କିଛି ଦିନ ରହିବ, ତାପରେ ଆପେ ଭଲ ହୋଇପାରେ । ଗୁରୁତର ହୋଇ ନିମୋନିଆରେ ସଂକ୍ରମଣ ହୋଇପାରନ୍ତି କିଡ଼ନୀ, ହାର୍ଟ ଓ଼ ସ୍ୱାଶ୍ୱ ରୋଗୀ । ତେଣୁ ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ କରିବା ସହ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଆଡମିଟ ହେବାକୁ ଦେଇଛନ୍ତି ପରାମର୍ଶ ।

Leave A Reply

Your email address will not be published.