ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆସୁଛି ପଶ୍ଚିମା-ଝଡ଼, ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର; ପଶ୍ଚିମା-ଝଡ଼ ପ୍ରଭାବ ଓ ବାୟୁମଣ୍ଡଳ ର ମଧ୍ୟ ଭାଗ ରେ ପଶ୍ଚିମା ବାୟୁ ଓ ବଙ୍ଗୋପସାଗର ରୁ ଦକ୍ଷିଣ- ପୂର୍ବାଳୀ ଜଳୀୟବାଷ୍ପ ଯୁକ୍ତ ବାୟୁ ସଂସ୍ପର୍ଶରେ ଆସିବା ହେତୁ ଆଜିଠାରୁ- ୨୧ ତାରିଖ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି , ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ଆଜି ରାଜ୍ୟ ର କିଛି ଅଞ୍ଚଳରେ ବଜ୍ରପାତ ସହ ଅଳ୍ପ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, କେଉଁଝର, ଅନୁଗୁଳ, ସୁନ୍ଦରଗଡ଼, ବାଲେଶ୍ବର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସମ୍ଭାବନା ରହିଛି। ୧୫ ତାରିଖ ରେ ରାଜ୍ୟ ର କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କେଉଁଝର, ଅନୁଗୁଳ ଢେଙ୍କାନାଳ, ଯାଜପୁର, ବାଲେଶ୍ଵର, ଭଦ୍ରକ , କେନ୍ଦ୍ରାପଡ଼ା ଜିଲ୍ଲା ରେ ବିଜୁଳି ଘଡ଼ଘଡ଼ି ର ପ୍ରଭାବ ରହିବାର ସମ୍ଭାବନା ରହିଛି।

୧୬-୧୭ ରୁ ବର୍ଷା ର ପରିମାଣ ଓ ବିସ୍ତୃତି କ୍ରମଶଃ ବୃଦ୍ଧି ପାଇବ। ସମଗ୍ର ରାଜ୍ୟ ରେ ବିଜୁଳି, ଘଡ଼ଘଡ଼ି ର ପ୍ରଭାବ ରହିବା ସହ ଅନେକ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳ ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୭-୨୦ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। ବର୍ଷା ସହ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ତଥା ଆଭ୍ୟନ୍ତର ଓଡ଼ିଶା ର ଜିଲ୍ଲା ଗୁଡ଼ିକର କିଛି ଅଞ୍ଚଳ ରେ ଘଣ୍ଟା ପ୍ରତି ୪୦-୫୦କିମି ବେଗ ରେ ପବନ ବହିବା ସମ୍ଭାବନା ରହିଛି।

ଦକ୍ଷିଣ- ଆଭ୍ୟନ୍ତର ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ସମେତ ପଡୋଶୀ ରାଜ୍ୟ ରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ବିଦର୍ଭ, ତେଲେଙ୍ଗାନା ଆଦି ଅଞ୍ଚଳ ରେ କୁଆପଥର ବର୍ଷା ସମ୍ଭାବନା ରହିଛି। ୨୧ ତାରିଖ ଯାଏଁ ଏଭଳି ପାଗ ରହିବ। ଏହି ସମୟ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ଦିନ ତାପମାତ୍ରା ଅପେକ୍ଷାକୃତ କମ୍ ରହିବ।

ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.