ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ବଢ଼ିଲା କରୋନା ସଂକ୍ରମଣ, ସର୍ତକ ରହିବାକୁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ

0

ଭୁବନେଶ୍ବର : ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ୁଛି। ହେଲେ କିଛି ରାଜ୍ୟରେ ଆବଶ୍ୟକ ଟେଷ୍ଟିଂ ହେଉ ନ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଆଜି କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନୂଆ ନିର୍ଦେଶାବଳୀ ସଂପର୍କରେ ଅବଗତ କରିଛନ୍ତି। ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩୪ ଦିନ ଭିତରେ ସର୍ବାଧିକ ସ୍ତରରେ ରାଜ୍ୟର ଦୈନିକ ସଂକ୍ରମଣ । ସକ୍ରିୟ ରୋଗୀ ସଂଖ୍ୟା ୭୩ ଛୁଇଁଲା ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ କିଛି ସପ୍ତାହ ହେଲାଣି କେତେକ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। କେରଳ, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡ଼ୁରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ମାତ୍ର କୋଭିଡ ଟିକାକରଣ ପାଇଁ କମ୍ ସଂଖ୍ୟକ ରୋଗୀ ହସ୍ପିଟାଲରେ ଭର୍ତି ହେଉଛନ୍ତି। ହେଲେ ରାଜ୍ୟମାନେ କମ୍ ସଂଖ୍ୟାରେ ଟେଷ୍ଟିଂ କରୁଛନ୍ତି। ଏପରିକି ଜିଲ୍ଲା ଓ ବ୍ଲକ୍‌ରେ ‌ହେଉଥିବା ଟେଷ୍ଟିଂ ସଂଖ୍ୟା ଭିନ୍ନ ଭିନ୍ନ ଦେଖିବାକୁ ମିଳିଛି। ଅନେକ ରାଜ୍ୟ କେବଳ ଆଣ୍ଟିଜେନ୍ କିଟ୍‌ ଉପରେ ନିର୍ଭର କରୁଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଟେଷ୍ଟିଂ ବଢ଼ାଇବା ସହିତ ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ଦରକାର। ସଂକ୍ରମଣର ହଟ୍‌ସ୍ପଟକୁ ତୁରନ୍ତ ଚିହ୍ନଟ କରିବା ସହିତ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଏହାସହ ରାଜ୍ୟମାନେ ଆଇଏଲଆଇ, ଏସ୍‌ଏଆରଆଇ ମାମଲା ଉପରେ ନଜର ରଖିବା ଉଚିତ୍। କୋଭିଡ ଓ ଇନ୍‌ଫ୍ଲୁଏଞ୍ଜାର ଲକ୍ଷଣ ପ୍ରାୟତଃ ସମାନ। ତେଣୁ ଲୋକମାନେ ସତର୍କତା ଅବଲମ୍ବନ କରିବା ସହି ଜନଗହଳିପୂର୍ଣ୍ଣ ସ୍ଥାନ, କାଶ କିମ୍ବା ଛିଙ୍କ ବେଳେ ରୁମାଲ-ଟିସୁ ବ୍ୟବହାର କରିବା, ଉପଯୁକ୍ତ ପରିମଳ ବ୍ୟବସ୍ଥା ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଏଡ଼ାଇବା ଜରୁରୀ। ସେହିପରି ହସ୍ପିଟାଲମାନେ ଔଷଧ, ଶଯ୍ୟା, ମେଡିକାଲ ଯନ୍ତ୍ରପାତି, ମେଡିକାଲ ଅକ୍ସିଜେନ, ମାନବ ସମ୍ବଳର ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବା ଜରୁରୀ। ଏଥିପାଇଁ ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶବ୍ୟାପୀ ସ୍ବାସ୍ଥ୍ୟାନୁଷ୍ଠାନରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ। ମକଡ୍ରିଲ ସଂପର୍କିତ ବିସ୍ତୃତ ନିର୍ଦେଶାବଳୀ ଚଳିତମାସ ୨୭ ତାରିଖରେ ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.