ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ

୩୦ ଜିଲ୍ଲା ପାଇଁ ବିଜେଡିରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ନବୀନ

0

ଭୁବନେଶ୍ୱର: ୩୦ ଜିଲ୍ଲା ପାଇଁ ବିଜେଡିରୁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପର୍ଯ୍ୟବେକ୍ଷକ ତାଲିକାରେ ୯ ମନ୍ତ୍ରୀ ସାମିଲ ରହିଛନ୍ତି  । ସେହିପରି ଅନେକ ବିଧାୟକଙ୍କୁ ମିଳିଛି ୩୦ ଜିଲ୍ଲା ଦାୟିତ୍ବ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁରର ଦାୟିତ୍ୱ ଦିଆଯାଇଛି । ସେହିପରି ଗଜପତି ଓ ରାୟଗଡ଼ା ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ମିଳିଛି । ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ମିଳିଛି ବାଲେଶ୍ବର ଦାୟିତ୍ବ ।

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ, ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୁରୀ, ପ୍ରୀତିରଞ୍ଜନ ଘଡ଼େଇକୁ ସୁନ୍ଦରଗଡ଼, ପ୍ରଦୀପ ଅମାତଙ୍କୁ ଗଞ୍ଜାମ ଓ ଅଶୋକ ପଣ୍ଡାଙ୍କୁ ଯାଜପୁର ଦାୟିତ୍ୱ ମିଲିଛି ।  ବଲାଙ୍ଗୀର ପାଇଁ ସୁଧିର ସାମଲ, ଭଦ୍ରକ ପ୍ରତାପ ଜେନା, ଦେଓଗଡ଼ ଅମରେଶ ଜେନା , ଜଗତସିଂହପୁର ଅରୁଣ କୁମାର ସାହୁ, କନ୍ଧମାଳ ବିଦଜୟ ନାୟକ , ଖୋର୍ଦ୍ଧା ରବୀନ୍ଦ୍ର କୁମାର ଜେନା , କୋରାପୁଟ-ମାଲକାନାଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ପାଇଁ ଇଶ୍ୱର ପାଣିଗ୍ରାହୀ , ନୟାଗଡ଼ ପଦ୍ମନାଭ ବେହେରା  ।

ନୂଆପଡ଼ା ସ୍ନେହାଙ୍ଗୀନୀ ଛୁରିଆ  । କଳାହାଣ୍ଡି- ପ୍ରଣବ ବଳବନ୍ତରାୟ, ଗଞ୍ଜାମ ପ୍ରଦୀପ୍ତ କୁମାର ଅମାତ, ବୌଦ୍ଧ ସୈଭାଗ୍ୟ ନାୟକ, ଝାରସୁଗୁଡ଼ା ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜ ପ୍ରଶାନ୍ତ ମୁଦୁଲି  । ସୁବର୍ଣ୍ଣପୁର ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Leave A Reply

Your email address will not be published.