ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ

0

ଭୁବନେଶ୍ବର: ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କ ସମେତ ୫ ଜଣଙ୍କୁ ଦଣ୍ଡାଦେଶ ହୋଇଛି। ଓଡ଼ିଶା ରୁରାଲ ହାଉସିଂ ଡେଭେଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ସୋମବାର ଭିଜିଲାନ୍ସ କୋର୍ଟରେ ଦଣ୍ଡାଦେଶ ହୋଇଛି। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ୬ ମାସ ଲେଖାଁଏ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଆଇଏଏସ୍‌ ବିନୋଦ କୁମାର ୨୦୦୦-୦୧ରେ  ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲେ। ତାଙ୍କ ସହ ସ୍ୱସ୍ତିରଞ୍ଜନ ମହାପାତ୍ର, ଉମେଶ ଚନ୍ଦ୍ର ସ୍ୱାଇଁ, ରଶ୍ମି ପଟ୍ଟନାୟକ ଓ ରତନ କୁମାର ସାହୁଙ୍କୁ କୋର୍ଟ ଦଣ୍ଡିତ କରିଛନ୍ତି। ବିନୋଦ କୁମାର ପୂର୍ବରୁ ୬ ଥର ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି।

Leave A Reply

Your email address will not be published.