ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ପେଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ କର୍ମଚାରୀ ଆହତ

0

ବୈାଦ୍ଧ; ପେଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ କର୍ମଚାରୀ ଆହତ ହୋଇଛନ୍ତି । ଜଣଙ୍କର ଗୁଳି ହାତରେ ବାଜିଥିବା ବେଳେ, ଅନ୍ୟ ଜଣଙ୍କର ପିଠିରେ ସାମାନ୍ୟ ଆଘାତ ଲାଗିଛି । ଆହତ ମାନେ ହେଲେ ହେଲେ ସରଣ୍ଡା ଗ୍ରାମର ନୀଳମଣି ପ୍ରଧାନ ଓ ବଡ଼ବାଗବର ଗ୍ରାମର ନବ ସାହୁ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ବଘିଆପଡା ସେକ୍ସନ ବନବିଭାଗ ପକ୍ଷରୁ ଗତକାଲି ରାତିରେ ପେଟ୍ରୋଲିଂ କରାଯାଇଥିଲା । ବଘିଆପଡା ଠାରୁ କିଛି ବାଟ ଯାଉଥିବା ବେଳେ ଖାଲିଆପାଲି ନିକଟରେ ୪ ଜଣ ଦୁର୍ବୃତ୍ତ ବନ ବିଭାଗ ଗାଡିକୁ ଗୁଳିମାଡ଼ କରିଥିଲେ । ଏଥିରେ ୨ ଜଣ ଓ୍ବାଚର ଆହତ ହୋଇଛନ୍ତି ।

Leave A Reply

Your email address will not be published.