ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ଛାତରୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର

0

ବାଲେଶ୍ବର; ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି ଛାତ୍ର। ମୃତକ ହେଲେ ହିତେଷ୍ଣୁ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ। ହିତେଷ୍ଣୁ ଛାତର କେମିତି ପଡ଼ିଲେ ତାହା ଜଣାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। 

ସୂଚନାନୁସାରେ, ହିତେଷ୍ଣୁ ରେମୁଣା ଗୋଲେଇସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ । ସେ ହଷ୍ଟେଲରେ ରହୁଥିଲେ। କିଛି ଦିନ ହେବ ସେ ମାନସିକ ଅବସାଦ ମଧ୍ୟରେ ରହୁଥିବା ତାଙ୍କ ସାଙ୍ଗମାନେ ତଥା ପରିବାର ଲୋକେ କହିଛନ୍ତି।  ଗତକାଲି ମଧ୍ୟ ହିତେଷ୍ଣୁ ଚିନ୍ତିତ ଦେଖାଯାଉଥିଲେ। ତେଣୁ ସାଙ୍ଗମାନେ ତାଙ୍କୁ ବୁଝାବୁଝି କରିଥିଲେ। ତେବେ ରାତି ପ୍ରାୟ ଗୋଟଏ ବେଳେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଶିଷ୍ଟ କୋଠାରୁ କିଛି ପଡ଼ିବାର ଶବ୍ଦ ଶୁଣାଯାଇଥିଲା। ହଷ୍ଟେଲ ପିଲାମାନେ ଧାଇଁ ଆସିଲା ବେଳକୁ ହିତେଷ୍ଣୁ ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ।

ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିତେଷ୍ଣୁଙ୍କ ପରିବାର ଲୋକେ ଗତକାଲି ରାତିରେ ମେଡିକାଲରେ ପହଞ୍ଚିଥିଲେ। ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ହିତେଷ୍ଣୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। ହିତେଷ୍ଣୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ଏହା ଏକ ଆତ୍ମହତ୍ୟା ଘଟଣା ନା ଏହା ପଛରେ ଆଉ କିଛି କାରଣ ଅଛି ସେ ନେଇ ଖୋଳତାଡ଼  ଆରମ୍ଭ କରିଛି ପୁଲିସ୍। ତେବେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।

Leave A Reply

Your email address will not be published.