ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

0

ଅନୁଗୁଳ: ଅନୁଗୁଳ ସହର ଶଙ୍କର ସିନେମା ରୋଡ୍ ସ୍ଥିତ ‘ମଙ୍ଗଳମ୍‌’ କପଡ଼ା ସୋ’ ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଛାରଖାର ହୋଇଯାଇଛି। ନିଆଁ ଭୟଙ୍କର ରୂପ ନେଇଛି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ୍‌ ସର୍ଟସର୍କିଟ୍ ବୋଲି କୁହାଯାଉଛି। ବିଦ୍ୟୁତ୍‌ ପ୍ୟାନେଲ୍ ବୋର୍ଡରୁ ସୂତ୍ରପାତ ହୋଇଥିବା ପ୍ରଥମ ନିଆଁ ତଳ ସୋ’ ରୁମ୍‌ ସହିତ ଉପର ଦୁଇ ମହଲା କୋଠାକୁ ଜାଳି ଦେଇଛି। ଘଟଣାରେ ୨୦ ଲକ୍ଷ ଟଙ୍କାର କପଡ଼ା ପୋଡ଼ି ଛାରଖାର୍‌ ହୋଇଛି।

ଖବର ମିଳିବା ପରେ ଅନୁଗୁଳ ଅଗ୍ନିଶମ ବାହିନୀ କିଛି ସମୟ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଦ୍ୟୁତ୍‌ ବିଭାଗ ତୁରନ୍ତ ବିଦ୍ୟୁତ୍‌ କାଟିଲା ପରେ ତିନି ତିନିଟା ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାରେ କ୍ଷୟକ୍ଷତିର ଆକଳନ ସରିନାହିଁ। ତଥାପି କ୍ଷୟକ୍ଷତି ପ୍ରାୟ ୨୦ଲକ୍ଷରୁ କମ୍ ନୁହେଁ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀ ସୁକାନ୍ତ ନାଥ ପ୍ରକାଶ କରିଛନ୍ତି। ଏ ସୋ’ରୁମ୍‌ କୌଣସି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିନଥିଲା। ଅଗ୍ନିଶମ ବାହିନୀଠୁ ସୋ’ ରୁମ୍‌ କର୍ତୃପକ୍ଷ କୌଣସି ସାର୍ଟିଫିକେଟ୍ ବି ନେଇ ନ ଥିଲେ ବୋଲି ଶ୍ରୀ ନାଥ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.